Home Tags Firing

Tag: firing

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ପଞ୍ଚାୟତର ବଡ଼ନୟନ ପୁରୁ ଛକରେ ଗୁରୁବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ବଡ଼ନୟନ ପୁରୁ ଛକରେ ଥିବା ଏକ ଗାଡ଼ି ଗ୍ୟାରେଜ ଉପରକୁ ୩ ଜଣ ଯୁବକ ବାଇକରେ ଆସି ଗୁଳିମାଡ଼ କରି ଫେରାର...
ବାଲେଶ୍ୱର : କଣ୍ଟାବଣିଆ ଗାଁରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଗୁଳିମାଡ଼ରେ ଯୁବକ ଆହତ ହୋଇଛନ୍ତି ଓ ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ଜିଲା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ପିଠିରେ ଗୁଳି ବାଜିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଯୁବକ ଜଣକ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଦୁଇ ଦୁର୍ବୃତ୍ତ ତାଙ୍କୁ ବାଇକରେ...
ପଟ୍ଟାମୁଣ୍ଡାଇ : ରାଜନଗର କଣ୍ଡିରା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁଳିମାଡ଼ ଫଳରେ ଜଣଙ୍କର ମୃତ୍ୟୁ ହୋଇଛି। ଘରୁ ଡ଼ାକି ଆଣି ଯୁବକଙ୍କୁ ଗୁଳି଼ କରାଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ୨ଟି ବାଇକରେ ୪ ଜଣ ଦୁର୍ବୃତ୍ତ ଆସି ଏହି ଗୁଳିକାଣ୍ଡ କରିଥିବା ଜଣାପଡ଼ିଛି। ଜଣେ ଦୁର୍ବୃତ୍ତକୁ ଗ୍ରାମବାସୀ ଧରି ପୁଲିସ ଜିମା ଦେଇଛନ୍ତି। ଘଟଣାସ୍ଥଳରୁ ଅନ୍ୟ ୩ ଜଣ ଫେରାର...
ଗଞ୍ଜାମ : ଦୁବୃର୍ତ୍ତଙ୍କ ଗୁଳିମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗଞ୍ଜାମ ଜିଲା ଆସିକା ଛକ ନିକଟରେ ଘଟିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସଦାନନ୍ଦ ଓରଫ ବାହାନ ଲେଙ୍କା। ସେ ଆସିକା ବ୍ଲକ ଅନ୍ତର୍ଗତ ଖାରିଆ ସରପଞ୍ଚଙ୍କ ଭାଇ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ସଦାନନ୍ଦ ଜଣେ ବ୍ୟକ୍ତିଙ୍କ ସହ ବାଇକ ଯୋଗେ ଆସିକାରୁ ନିଜ ଘରକୁ ଫେରୁଥିଲେ। ସେହି ସମୟରେ କିଛି...
ପୁରୀ : ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ ହୋଇଛି। ଏହି ଗୁଳିମାଡରେ ସଞ୍ଜୟ କୁମାର ବେହେରା ଓରଫ୍‌ ପାରା ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ୨/୩ ଯୁବକ...
ବାଲିଗୁଡା : ଜମି ପାଇଁ ଜଣେ ଯୁବକ ନିଜ ସମ୍ପର୍କୀୟ ଭାଇକୁ ଗୁଳି କରି ହତ୍ୟା କରିଛି। ଏପରି ଅଭାବନୀୟ ଘଟଣା କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ପରପାଙ୍ଗା ପଞ୍ଚାୟତର କମାରିଗାଁ ଗ୍ରାମରେ ଘଟିଛି। ଯୁବକଙ୍କ ଗୁଳିମାଡରେ ତାଙ୍କର ଅନ୍ୟ ଜଣେ ସମ୍ପର୍କୀୟ ଭାଇ ଗୁରୁତର ହୋଇ ବାଲିଗୁଡା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲା ବାଲିଗୁଡା ବ୍ଳକ ଅନ୍ତର୍ଗତ ପରପାଙ୍ଗା ପଞ୍ଚାୟତର କମାରିଗାଁ ଗ୍ରାମର...
କଟକ : ବାରଙ୍ଗ ଥାନା ଗୋଡ଼ିସାହି ନେତଲ ଛକରେ ଜଣେ ଯୁବକଙ୍କ ଉପରେ ଗୁଳିମାଡ ହୋଉଛି। ଏଥିରେ ଯୁବକଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣକ ହେଉଛନ୍ତି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କର୍ମଚାରୀ ସୁନୀଲ ରଞ୍ଜନ ସାହୁ। ସୂଚନା ଅନୁଯାୟୀ ଯୁବକଙ୍କୁ ୨ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳି କରି ସେଠାରୁ ଫେରାର ହୋଇଯାଇଛନ୍ତି। ଯୁବକଙ୍କ ମୁଣ୍ଡ, ଛାତି ଓ ହାତରେ ଗୁଳି ବାଜିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର...
ସାଲେପୁର : ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ବଜାରରେ ମେଲୋଡ଼ି ଚାଲିଥିବା ସମୟରେ ଗୁଳିକାଣ୍ଡ ହୋଇଛି। ଏଥିରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ପାଟସାଇଲ୍‍ ଗାଁର ସେକ୍‍ ଇମ୍ରାନ୍‍ ଓ ନିତ୍ୟାନନ୍ଦ ମଲ୍ଲିକ। ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କାର୍ତ୍ତିକେଶ୍ୱର ପୂଜା କିମିଟିର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅବସରରେ ମେଲୋଡ଼ି ଚାଲିଥିବା ବେଳେ ସେକ ଓ ଅନ୍ୟ ଜଣକ ମଧ୍ୟରେ...
ସମ୍ବଲପୁର: ବୁଢାରଜା ମାର୍କେଟ ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ଜଣଙ୍କ ଗୋଡରେ ଗୁଳି ବାଜିଛି। ଗଣ୍ଡଗୋଳରୁ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି। ଗୁଳିମାଡରେ ଆହତ ବ୍ୟକ୍ତିଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ୱର : ବସଷ୍ଟାଣ୍ଡ ଟେଣ୍ଡରକୁ ନେଇ ବରମୁଣ୍ଡା ବସଷ୍ଟାଣ୍ଡରେ ଗୁଳିମାଡ ହୋଇଥିବା ଜଣା ପଡିଛି। ଏଥିରେ ଜଣେ ବସ ମାଲିକ ଆହତ ହୋଇଛନ୍ତି। ଆହତ ବ୍ୟକ୍ତିଙ୍କ ନାମ ପ୍ରୀତମ ଜେନାମଣି। ତାଙ୍କର ଡାହାଣ ହାତରେ ଗୁଳି ବାଜିଛି। ଆହତ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳିମାଡ କରି ଦୁବୁର୍ତ୍ତମାନେ ଫେରାର ହୋଇଯାଇଛନ୍ତି। ରବିବାର ବିଳମ୍ବିତ ରାତିରେ ଏହି ଗୁଳିକାଣ୍ଡ ଘଟିଛି। ସୂଚନାଯୋଗ୍ୟ ଯେ, ରବିବାର ରାତିରେ ୪ଜଣ ଦୁବୁର୍ତ୍ତ ବାଇକରେ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी