Home Tags Fire accident news

Tag: fire accident news

ଭୁବନେଶ୍ବର : ଦାରୁଠେଙ୍ଗ ନିକଟରେ ଥିବା ବିଏମସିର ଏକ ଡ଼ମ୍ଫିଂୟାଡ଼ରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିକଟରେ ଚନ୍ଦକା ଜଙ୍ଗଲ ଥିବାରୁ ଅଗ୍ନିକାଣ୍ଡ ବ୍ୟାପକ ହେବା ଆଶଙ୍କା କରାଯାଉଛି। ଦୁଇଟି ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଳକ ଅନ୍ତର୍ଗତ ଖଳିପଲ୍ଲୀ ଚଷା ସାହିରେ ଶନିବାର ଅଗ୍ନିକାଣ୍ଡ ଘଟି ୫ବଖରା ଘର ଜଳି ଯାଇଥିବା ଜଣାପଡ଼ିଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ ହୋଇଯାଇଥିବାର ଅନୁମାନ କରାଯାଉଛି। ସୂଚନା ମୁତାବକ, ଶୁକ୍ରବାର ରାତ୍ରି ୧୨ଟାରେ ଅଗ୍ନିକାଣ୍ଡ ଘଟି ଦୁର୍ଯୋଧନ ନାୟକ, ଦୁଃଶାସନ ନାୟକ, ଗଣେଶ୍ୱର ନାୟକ, ଅନ୍ତର୍ଯ୍ୟାମି ନାୟକଙ୍କ ସମୁଦାୟ ୫ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି।...
ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଦୁଗଲ ପଞ୍ଚାୟତ ଅନ୍ତର୍ଗତ ବୀରଗୋବିନ୍ଦ ପୁର ଦଳିତ ବସ୍ତିରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଦୁଃଖା ଭୋଇଙ୍କ ତିନି ବଖରା ଚାଳଘର ପୋଡି ପାଉଁସ ହୋଇଯାଇଛି । ଖବରପାଇ ସତ୍ୟବାଦୀ ଅଗ୍ନିଶମ ବିଭାଗ ତରଫରୁ ରୋହିତ ନାୟକ ଓ ମନୋଜ କୁମାର ନାୟକ ସଦଳବଳେ ଦୁଇଟି ଦମକଳ ସହିତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି...
କଳାପଥର(ବାଙ୍କୀ) : କଟକ ଜିଲା ବାଙ୍କୀ ବ୍ଳକ ଅନ୍ତର୍ଗତ କେନ୍ଦୁପଲ୍ଲୀ ପାଟଣା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ବଖରା ଘର ଜଳିଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି। ସୂଚନା ମୁତାବକ, ମଙ୍ଗଳବାର ସକାଳ ୮ଟାରେ ଅଗ୍ନିକାଣ୍ଡ ଘଟି କଣ୍ଡୁରି ସାହୁ, ରବିନ୍ଦ୍ର ସାହୁଙ୍କ ସମୁଦାୟ ୪ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଏଥିରେ ଧାନ, ମୁଗ, ବିରି, କଂଶାବାସନ ସହ ଗୋଖାଦ୍ୟ...
ଅନୁଗୁଳ : ଅନୁଗୁଳ ଜିଲା ଆଠମଲ୍ଲିକ୍‍ ବ୍ଲକ୍‍ ଭୋଗରା କିଷାନସାହିରେ ଶୁକ୍ରବାର ଏକ ଭୟାବହ ଅଗ୍ନିକାଣ୍ଡରେ ୪୦ପରିବାରର ୭୦ବଖରା ଘର ଜଳି ଯାଇଥିବା ଜଣାପଡିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁସ ହୋଇଯାଇଥିବା ଅନୁମାନ କରାଯାଉଛି। ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣା ସ୍ଥଳରେ ଉପ ଜିଲାପାଳ ଓ ତହସିଲଦାର ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଝାରସୁଗୁଡ଼ା: ଝାରସୁଗୁଡ଼ା ବସଷ୍ଟାଣ୍ଡ ଅଞ୍ଚଳରେ ବୁଧବାର ଏକ ବଡଧରଣର ଅଗ୍ନିକାଣ୍ଡ ଘଟିଯାଇଥିବା ଜଣାପଡିଛି। ଏହି ଅଗ୍ନିକାଣ୍ଡରେ ୫ ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁସ ହେଇଯାଇଛି। ସୂଚନା ମୁତାବକ, ଆଜି(ବୁଧବାର) ସକାଳ ୧୧.୪୫ ସମୟରେ ଝାରସୁଗୁଡ଼ା ବସଷ୍ଟାଣ୍ଡକୁ ଲାଗିକରିଥିବା ଏକ ହାର୍ଡୱାର ଦୋକାନରେ ବିଦ୍ୟୁତ ସର୍ଟସର୍କିଟ ହୋଇଥିଲା। ଦେଖୁ ଦେଖୁ ଦୋକାନେର ନିଆଁ ଲାଗିଯାଇଥିଲା। ପରେ ପାଖରେ ଲାଗିଥିବା ଏକ ଷ୍ଟେସନାରି ଦୋକାନ ଏବଂ ଦୁଇଟି ଥଣ୍ଡା ପାନୀୟ...
ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଞ୍ଚାୟତର ଖଟୁଆପାଟଣା ଗାଁରେ ଅପରାହ୍ଣ ସମୟରେ କୈାଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ୬ପରିବାରଙ୍କ ୯ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଧାମନଗର ଅଗ୍ନିଶମ ଗାଡି ପହଁଞ୍ଚିଥିଲେ ମଧ୍ୟ ଘର ମଧ୍ୟରୁ କୈାଣସି ଆସବାପତ୍ର ଉଦ୍ଧାର କରାଯାଇ ପାରିନଥିଲା। ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ଣ ସମୟରେ ପ୍ରଥମେ ଗାଁର ଲକ୍ଷ୍ମୀଧର ଖଟୁଆଙ୍କ ଘରେ କୈାଣସି କାରଣରୁ...
ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତର ଘାସି ଭବାନୀପୁର ଗ୍ରାମରେ ଶୁକ୍ରବାର ରାତିରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ବଖରା ଘର ପୋଡି ପାଉଁସ ହୋଇଯିବା ସହିତ ଖୁଣ୍ଟରେ ବନ୍ଧା ହୋଇ ଥିବା ଗୋଟିଏ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ମଧ୍ୟ ରାତିରେ ସମସ୍ତେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଘରପୋଡିରେ ଗୋଟିଏ ସ୍କୁଟି, ସାଇକେଲ, ଧାନ,...
ଭୁବନେଶ୍ୱର : ବିମାନବନ୍ଦର କ୍ୟାମ୍ପସର ସିଆଇଏସଏଫ କ୍ୱାର୍ଟର୍ସ ନିକଟରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି। ନିଆଁ ଲିଭାଇବାରେ ବିମାନବନ୍ଦରର ଅଗ୍ନିଶମ କର୍ମଚାରୀ ମାନେ ନିୟୋଜିତ ରହିଛନ୍ତି। ଅଗ୍ନିକାଣ୍ଡର କୌଣସି କାରଣ ଜଣାପଡିନାହିଁ।

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी