Home Tags Fire

Tag: fire

ବାଲେଶ୍ବର : ସଦର ଥାନା ଅନ୍ତର୍ଗତ ଛେଲିଆପଦା ଅଞ୍ଚଳ ଥିବା ରତ୍ନାମଣି ବାରିକଙ୍କ ଘରେ ଭୟାବହ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସମ୍ପୃର୍ଣ୍ଣ ଜଳି ଯାଇଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଜଣାପଡିନାହିଁ । ଅଗ୍ନିକାଣ୍ଡରେ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଉଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।
ଅନୁଗୁଳ : ଅନୁଗୁଳ ଜିଲା ଛେଣ୍ଡିପଦା ଦୁର୍ଗାପୁର ବଜାରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ଦୋକାନ ପୋଡିଯାଇଛି। ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ପାରାଦୀପ : ପାରାଦୀପ ନିକଟସ୍ଥ କୁଜଙ୍ଗ ମାଳହୁଙ୍କା ବଜାରରେ ଦୁର୍ବୃତ୍ତମାନେ ୪ଟି ଦୋକାନ ପୋଡି ଦେଇଛନ୍ତି। ତେବେ ପୂର୍ବ ଶତ୍ରୁତାର ଏପରି କାଣ୍ଡ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାର ପ୍ରତିବାଦରେ ବ୍ୟବସାୟୀମାନେ ମାଳହୁଙ୍କା ବଜାର ବନ୍ଦ କରିଛନ୍ତି। ତେବେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଭବାନୀପାଟଣା: ଭବାନୀପାଟଣା ପୌରପରିଷଦ କାର୍ଯ୍ୟରେ ବ୍ୟବହୃତ ଟ୍ରାକଟର, ଟ୍ରଲି ଓ ପାନୀୟ ଜଳ ଯୋଗାଣ ଆଦି ଗାଡି ଗୁଡିକ ଜଳି ଯାଇଛି । ସବୁଦିନ ପରି ଭଳି ସୋମବାର ମଧ୍ୟ ସ୍ଥାନୀୟ ଗାନ୍ଧୀ ପାର୍କ ନିକଟରେ ଗାଡି ଗୁଡିକ ରଖା ଯାଇଥିବା ବେଳେ ହଠାତ୍ ଜଳି ଉଠିଥିଲା। ଅତ୍ୟଧିକ ଖରା ଯୋଗୁଁ ସଟ୍ ସର୍କିଟ ହୋଇ ନିଆଁ ଲିଗି ଯାଇଥିବା ସନ୍ଦେହ କରାଯାଉଛି । ଫଳରେ ଗାଡିଗୁଡିକ ସହ...
ଗଞ୍ଜାମ : ଗଞ୍ଜାମ ଜିଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ବ୍ଲକ ଗାୟଗଣ୍ଡାରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ତିନୋଟି ପରିବାରର ପ୍ରାୟ ପାଞ୍ଚ ବଖରା ଘର ଭସ୍ମ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ସୂଚନା ମିଳିଛି।
ଚାନ୍ଦବାଲି: ବାତ୍ୟା ଫନିକୁ ୧୦ ଦିନ ନ ବିତିଥିବା ବେଳେ ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଗୋଟିଏ ଗାଁର ପ୍ରାୟ ୧୦ଟି ପରିବାର ସର୍ବସ୍ବାନ୍ତ ହୋଇ ଯାଇଛନ୍ତି । ସୂଚନାଯୋଗ୍ୟ, ଗତ ସପ୍ତାହରେ ଫନିର ତାଣ୍ଡବ ପରେ ଲୋକେ ନିଜର ଉଜୁଡା ଘର ସଜାଡୁ ଥିବା ରବିବାର ପ୍ରାୟ ୧୨ଟା ବେଳେ ଭଦ୍ରକ ଜିଲା ଚାନ୍ଦବାଲି ଅନ୍ତର୍ଗତ ଭୂଇଁବୃତ୍ତି ପଞ୍ଚାୟତର...
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲା ପାଟକୁରାରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ପାଟକୁରା ଡାକ୍ତରଖାନା ସମ୍ମୁଖରେ ଥିବା ମିଠା ଦୋକାନ ଓ ହୋଟେଲରେ ନିଆଁ ଲାଗି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ଯାଇଥିବା ଜଣାପଡିଛି। ତେବେ ବିଦ୍ୟୁତ ସଟ୍‌ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଖବର ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡ କେହି...
ସୋର  : ସୋରରେ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ସିମୁଳିଆ କହ୍ନେଇବନ୍ଧା ତିରୁଆ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ସଟ୍‌ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ବାଙ୍କୀ : ବାଙ୍କୀ ସ୍ଥିତ ତୁଳସୀପୁର ଗଉଡସାହିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ ହୋଇଯାଇଛି। ଏହାସହ ଲକ୍ଷାଧିକ ଟଙ୍କା ସମ୍ପତ୍ତି ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।
ବାଙ୍କୀ : ସାହାଡାପଦା ପାଇକ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ବଖରା ଜଳି ଯାଇଛି। ଗ୍ରାମରେ ରାମଲୀଳା ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ରାମଲୀଳା ପେଣ୍ଡାଲ ମଧ୍ୟ ଜଳି ଯାଇଥିବା ଜଣାପଡିଛି। ଖବର ପାଇ ବାଙ୍କୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି।

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी