Home Tags Exam

Tag: exam

ଭୁବନେଶ୍ୱର : ଆଜି ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଏବଂ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି। ବିଜ୍ଞାନ ଛାତ୍ରଛାତ୍ରୀମାନେ ମାତୃଭାଷା ଓଡ଼ିଆ ଏବଂ ସଂସ୍କୃତରେ ପରୀକ୍ଷା ଦେଉଥିବାବେଳେ ବାଣିଜ୍ୟ ଛାତ୍ରଛାତ୍ରୀମାନେ ଓଡ଼ିଆ ପରୀକ୍ଷା ଦେଉଛନ୍ତି। ଶୁକ୍ରବାରଠାରୁ କଳା ବିଭାଗର ପରୀକ୍ଷା ଆରମ୍ଭ ହେବ। ସୂଚନା ଅନୁଯାୟୀ, ରାଜ୍ୟରେ ମୋଟ ୧୫୫୬ଟି ଜୁନିୟର କଲେଜର ୩ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ...
ବଲାଙ୍ଗୀର : ପୁଣି ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ମିଳିଛି। ସୋମବାର ମାଟ୍ରିକ ପରୀକ୍ଷାର ଦିତୀୟ ଦିନର ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲାରେ ମୋବାଇଲରୁ ମୋବାଇଲକୁ ଏହି ପ୍ରଶ୍ନପତ୍ର ଘୁରି ବୁଲିଛି। ସୂଚନା ଅନୁଯାୟୀ, ପରୀକ୍ଷାର ୧୫ ରୁ ୨୦ ମିନିଟ ପରେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଚର୍ଚ୍ଚା ହେଉଛି।
ନାରାୟଣପାଟଣା : ବନ୍ଧୁଗାଁ ବ୍ଲକ କୁମ୍ଭାରୀପୁଟରେ ଛାତ୍ରଛାତ୍ରୀ +୨ ପରୀକ୍ଷା କେନ୍ଦ୍ରକୁ ବିରୋଧ କରିଛନ୍ତି। ଏହି ବିରୋଧକୁ କେନ୍ଦ୍ର କରି କୁମ୍ଭାରୀପୁଟ କଲେଜ ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ୫୦ କି.ମି ଦୂର ଯୋଗୁ ଛାତ୍ରଛାତ୍ରୀମାନେ ଲକ୍ଷ୍ମୀପୁର ପରୀକ୍ଷା କେନ୍ଦ୍ର ବିରୋଧ କରିଥିବା ଜଣାପଡ଼ିଛି।

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी