Home Tags Elephant attack

Tag: elephant attack

ଆନନ୍ଦପୁର : ଆନନ୍ଦପୁରରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ହଦଗଡ ହସ୍ତି ଅଭୟାରଣ୍ୟ ପାଖ ଗ୍ରାମର ବୋଲି ଜଣାପଡିଛି। ସୋସ ଥାନା କାନପୁର ଗ୍ରାମରେ ଜଣେ ମହିଳାଙ୍କୁ ହାତୀ ଦଳି ମାରି ଦେଇଛି। ଏହାସହ ନୂଆରୁଗୁଡି ନିକଟରେ ଜଣେ ବାଇକ ଆରୋହୀଙ୍କୁ ମଧ୍ୟ ହାତୀ ମାରି ଦେଇଛି। ଉଭୟଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ବଉଳା ଛକ ଠାରେ ରାସ୍ତାରୋକ କରିଛନ୍ତି।
ଭବାନୀପାଟଣା : ନର୍ଲା ଥାନା ଅନ୍ତର୍ଗତ ଶ୍ରୀପାଲି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳା ଜଣକ ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲା। ହାତୀଟି ତାଙ୍କୁ ଧରି ତଳେ କଚାଡି ଦେବା ଫଳରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ଅନୁଗୁଳ : ଅନୁଗୁଳ ତାଳଚେରର ଷଣ୍ଢ ଗାଁରେ ହାତୀ ଆକ୍ରମଣରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ହାତୀ ପଲ ବ୍ରାହ୍ମଣୀନଦୀ ପାର ହୋଇ ଷଣ୍ଢ ଗ୍ରାମରେ ପହଞ୍ଚିଥିଲେ। ସେଠାରେ ହାତୀ ପଲ ଘର ବାହାରେ ଶୋଇଥିବା ଗୋଟିଏ ପରିବାରର ଚାରି ଜଣଙ୍କୁ କଚାଡି ମାରିଥିଲେ। ମୃତକମାନେ ହେଲେ ପରିବାରର ବାପା, ଝିଅ ଓ ପଊସୀ । ତାପରେ ସନ୍ଥପଡା ଗ୍ରାମର ଜଣେ ବୃଦ୍ଧ ଶୌଚ...
ଢେଙ୍କାନାଳ : ହାତୀ ଆକ୍ରମଣରେ ଦମ୍ପତ୍ତିଙ୍କର ମୃତ୍ୟୁ ହୋଇଛି। ସେମାନେ ଯାତ୍ରା ଦେଖି ଦୁଧୁକାଟେଣୀରୁ ​‌​‌ନିଜ ଗାଁକୁ ଫେରୁଥିଲେ। ସେହି ସମୟ​‌‌ରେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲଙ୍କ ହାବୁଡରେ ପଡି ଯାଇଥିଲେ। ହାତୀପଲ ସେମାନଙ୍କୁ ଗୋଡରେ ଦଳି ଦେଇଥିଲେ। ଫଳରେ  ଘଟଣାସ୍ଥଳରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ସ୍ବାମୀଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଢେଙ୍କାନାଳ : ଦନ୍ତା ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି। ଏପରି ଘଟଣା ଢେଙ୍କାନାଳ ଜିଲା ମହାବିରୋଡ ରେଞ୍ଜ ଅନ୍ତର୍ଗତ କନ୍ଦରସିଙ୍ଗା ବାରାଘରିଆ ଗ୍ରାମରେ ଘଟିଛି। ବୁଧବାର ସକାଳେ ଏହି ଘଟଣା ଘଟିଛି। ଗୁରୁତର ବ୍ୟକ୍ତିଙ୍କ ନାମ ଯୋଗୀ ନାୟକ। ତାଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ଯୋଗୀ ବୁଧବାର ସକାଳେ ନିଜ ଘର ଆଗରେ ବସିଥିଲେ। ଏହି ସମୟରେ ହଠାତ...
ଖୋର୍ଦ୍ଧା : ଟାଙ୍ଗୀ ଥାନା ଭୂଷଣ୍ଡପୁର ଷ୍ଟେସନ ନିକଟରେ ହାତୀଙ୍କ ଆତଙ୍କ ସୃଷ୍ଟି ହୋଇଛି। ହାତୀ ଆକ୍ରମଣରେ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ସଦର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ଶନିବାର ରାତିରେ ଆସିଥିବା ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ବନବିଭାଗ ଓ ପୁଲିସ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛନ୍ତି।
ଢେଙ୍କାନାଳ : ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଢେଙ୍କାନା ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଘଟିଛି। ମୃତ ଚାଷୀଙ୍କ ନାମ ବାଉରୀ ସାହୁ। ସେ ବାଇଗଣ ଚାଷ ଦେଖିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ତାଙ୍କୁ ତଳେ କଚାଡି ମାରି ଦେଇଥିଲା। ଘଟଣାସ୍ଥଳରେ ହିଁ ଚାଷୀଙ୍କର ମୃତ୍ୟୁ ହୋଇଯାଇଥିଲା। ହାତୀଟି ନିକଟ​‌ରେ ଥିବା ଦୁଇଟି ବାଇକକୁ ମଧ୍ୟ ଭାଙ୍ଗି ଦେଇଥିବା...
କାମାକ୍ଷାନଗର: ହାତୀ ଆକ୍ରମଣରେ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଘଟଣା କାମାକ୍ଷାନଗର ବ୍ଲକ ତଥା ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କନ୍ତିଓପୁଟସାହି ପଞ୍ଚାୟତର ପୁଟସାହି ଗ୍ରାମରେ ଘଟିଛି। ଗୁରୁତର ହୋଇଥିବା ଛାତ୍ରୀଙ୍କ ନାମ ସ୍ବର୍ଣ୍ଣଲକ୍ଷ୍ମୀ (୧୭)। ସେ ସୋମବାର ସକାଳ ୭ଟା ସମୟରେ କୋଚିଂ କ୍ଲାସକୁ ଆସୁଥିଲେ। ଏହି ସମୟରେ ମାଣ୍ଡୁଖୁରା ନିକଟରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା। ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଅଳାବେରେଣୀ ଡାକ୍ତରଖାନାରେ...
ନୀଳଗିରି : ଶୁକ୍ରବାର ନୀଳଗିରିରେ ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟର ୩୨ରୁ ଉଦ୍ଧ୍ୱର୍ ହାତୀ ନୀଳଗିରିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏହି କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଗୁରୁବାର ରାତିରେ ତେରେଲହଡ଼ି ଗାଁରେ ଶତାଧିକ ପୁରୁଷ ଓ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ୨୦ ଜଣ ବନ ବିଭାଗ କର୍ମଚାରୀଙ୍କୁ ବିଳମ୍ବିତ ରାତିଯାଏଁ ଅଟକ ରଖିଥିଲେ।...
ଝାରବନ୍ଧ/ବରଗଡ଼: ବରଗଡ଼ ଜିଲା ଝାରବନ୍ଧ ବ୍ଳକ ତୁର୍ଲା ଗ୍ରାମରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇ ଯାଇଛି। ମୃତକଙ୍କ ନାମ ସତ୍ୟ କୁମାର ସାହୁ (୩୫)। ରବିବାର ରାତିରେ ସେ ଘରକୁ ଫେରୁଥିବା ସମୟରେ ଦନ୍ତା ହାତୀ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ​‌ ହୋଇଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ଝାରବନ୍ଧ ବ୍ଳକର କନ୍ଦା ଡ଼ଙ୍ଗର ଗ୍ରାମରେ ହାତୀ ଆକ୍ରମଣରେ ଧୋବାରାମ ନାୟକଙ୍କ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी