Home Tags Elephant

Tag: elephant

ନୀଳଗିରି : ନୀଳଗିରିରେ ପୁଣି ଝାଡଖଣ୍ଡୀ ହାତୀପଲ ଦେଖିବାକୁ ମିଳିଛି। ଗୋପାଳପୁର ନିକଟ ଜଙ୍ଗଲରେ ୨୫ରୁ ଅଧିକ ହାତୀ ରହିଥିବା ଜଣାପଡିଛି। ହାତୀପଲ ଝାରଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ଜଣାପଡିଛି। ହାତୀପଲ ବେତନଟୀ ରେଞ୍ଜ ନଡପୁର ମଧ୍ୟ ଦେଇ ପ୍ରବେଶ କରିଛନ୍ତି। ହାତୀପଲ ଗାଁ ମୁହାଁ ହେଉଥିବା ଆଶଙ୍କା କରି ଗୋପାଳପୁର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଉପରେ ନଜର ରଖାଯାଇଥିବା...
ଖୋର୍ଦ୍ଧା : ବେଗୁନିଆ ବ୍ଲକ ଗୋଡା ଗ୍ରାମରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ହାତୀପଲ ଗ୍ରାମରେ ପଶି ଫସଲ ନଷ୍ଟ କରିବା ସହ ଜଣଙ୍କ ଘରର ପାଚେରୀ ଭାଙ୍ଗି ଦେଇଥିବା ଜଣାପଡିଛି। ହାତୀପଲଙ୍କୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ରହିଥିବାର ଜଣାପଡିଛି। ଲୋକମାନେ ସୋମବାର ସକାଳେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲଙ୍କୁ ଆୟତ୍ତ କରିବାରେ ଲାଗିଛନ୍ତି।
ଢେଙ୍କାନାଳ: ଶନିବାର ଏକ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଶୁକ୍ରବାର ଢ଼େଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ତୁରଡାନାଳି ଗାଁ ଜଙ୍ଗଲ ନିକଟରୁ ଅସୁସ୍ଥ ଦନ୍ତା ହାତୀକୁ ଉଦ୍ଧାର କରାଯାଇଥିଲା । ହାତୀଟିର ଗୋଡରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ହାତୀଟି ତଳେ ପଡି ଚିତ୍କାର କରୁଥିଲା । ନନ୍ଦନକାନନରୁ ବିଶେଷଜ୍ଞ ଦଳ ପହଞ୍ଚି ଦନ୍ତା ହାତୀଟିକୁ ଉଦ୍ଧାର କରି ଚିକତ୍ସା କରିଥିଲେ । ହେଲେ ହାତୀଟିର...
ଅନୁଗୁଳ : ଅନୁଗୁଳ ଜିଲା ତାଳଚେର ବନାଞ୍ଚଳ ଦେଉଳବେଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶନିବାର ସକାଳ ସମୟରେ ସେ ନିଜ ଘର ପାଖରେ କାମ କରୁଥିବା ବେଳେ ହଠାତ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀର ଆକ୍ରମଣରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।
ଢେଙ୍କାନାଳ: ପରଜଙ୍ଗ ବ୍ଳକ ଅନ୍ତର୍ଗତ ଜୁରୁଡାନାଳି ଝିଲି ନିକଟସ୍ଥ ଜଙ୍ଗଲରେ ଏକ କ୍ଷତାକ୍ତ ଦନ୍ତା ହାତୀ ଉଦ୍ଧାର କରାଯାଇଛି । ଗୋଡ଼ରେ କ୍ଷତ ସୃଷ୍ଟି ହୋଇ ରକ୍ତ ଝରୁଥିବା ହାତୀଟି ତଳେ ପଡି ଛଟପଟ ହେବା ସହିତ ଗର୍ଜନ କରୁଛି । ସୂଚନାନୁଯାୟୀ କିଛିଦିନ ତଳେ ମହାବୀର ରୋଡରେଞ୍ଜ ଗଡ଼ପଳାଶୁଣି ସଂକେଇତଇଲା ନିକଟରେ ସେହି ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଆଗ ଗୋଡ଼ରେ ହୋଇଥିବା କ୍ଷତକୁ ଚିକିତ୍ସା କରାଯାଇଥିଲା।...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ଅନ୍ତର୍ଗତ ମିଶନ ଛକ ଠାରେ ଥିବା ମିଶନ ଗୀର୍ଜା ପରିସର ମଧ୍ୟକୁ ରବିବାର ସକାଳ ସମୟରେ ଏକ ଦନ୍ତାହାତୀ ପଶି ଆସିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହାତୀଟି ଗୀର୍ଜା ପରିସର ମଧ୍ୟକୁ ଫାଟକ ବାଟେ ଭିତରକୁ ପଶିଥିବା ଅନୁମାନ କରାଯାଉଛି। ପ୍ରବେଶ କରିବା ସମୟରେ ହାତୀକୁ କେହି ଦେଖି ନଥିଲେ ମଧ୍ୟ ପରେ ବଗିଚା ମଧ୍ୟରେ ହାତୀକୁ ଲୋକେ ଦେଖିଥିବାର ଜଣାପଡ଼ିଛି। ଖବର...
ଢେଙ୍କାନାଳ : ଢେଙ୍କାନାଳ ସହର ଭିତରେ ଦନ୍ତାହାତୀର ଉପଦ୍ରବ ଦେଖାଦେଇଛି। ସହର ଭିତରେ ଦନ୍ତା ହାତୀ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ କୋରିଆଁ ଅଭୟ ମଲ୍ଲିକ ଓ ତାଙ୍କ ୪ ବର୍ଷର ଝିଅ। ନ୍ୟ ଜଣେ ହେଉଛନ୍ତି ଜଣେ ଟ୍ରକ ଚାଳକ। ସମସ୍ତ ଆହତଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ହାତୀଟି ବଡ଼ଯୋରା ନାଳ ନିକଟରେ ରହିଛି। ହାତୀ ଯୋଗୁଁ ସହରର ବିଦ୍ୟୁତ...
ଚମ୍ପୁଆ: ଚମ୍ପୁଆରେଞ୍ଜକୁ ଦୀର୍ଘଦିନ ବ୍ୟବଧାନ ପରେ ପୁଣି ହାତୀପଲ ଲେଉଟିଛନ୍ତି। ମୟୁରଭଞ୍ଜର ଆଦିପୁର ଅଞ୍ଚଳରୁ ଏହି ୧୬ଘରିଆ ହାତୀପଲ ଏବେ ନିକଟବର୍ତ୍ତୀ ଗ୍ରାମବାସୀଙ୍କ ପାଇଁ ବିପଦର କାରଣ ହୋଇଛନ୍ତି। ଏହି ହାତୀପଲ ମୟୁରଭଞ୍ଜ ଆଦିପୁରରୁ ବୈତରଣୀ ନଦୀ ପାର ହୋଇ ରେଙ୍ଗାଳବେଡା, ରରୁଅାଁଗୋଡା, ହୃଦରାମପୁର, ବାଙ୍କିଆ, ବନିକା ଦେଇ କାଟୁଳିକନା ଗ୍ରାମରେ ଅବସ୍ଥାନ କରୁଛନ୍ତି। ହାତୀପଲ ଆସିଲା ବେଳେ ବନିକା ଗ୍ରାମର ଚିନ୍ତାମଣି ମହାନ୍ତଙ୍କ ଘରଭାଙ୍ଗି ଧାନ ଏବଂ...
କଙ୍କଡ଼ାହାଡ଼ : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଗଡ଼ପଳାଶୁଣି ଗ୍ରାମର ଟାଙ୍ଗିରି ଗ୍ରାମ ଜଙ୍ଗଲରେ ଆହତ ଦନ୍ତା ହାତୀର ଚିକିତ୍ସା ଚାଲିଛି। ଭୁବନେଶ୍ୱର ଓ.ୟୁ.ଟି ସ୍ଥିତ ପ୍ରାଣୀ ଚିକିତ୍ସକ ହାତୀକୁ ଟ୍ରାଙ୍କୁଲାଇଜ କରି ଚିକିତ୍ସା ଜାରି ରଖିଛନ୍ତି। ସୂଚନା ଅନୁଯାୟୀ, ହାତୀଟି ୧୦ ଦିନ ତଳେ କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ବିମଳା ବିଭାଗ ଅଞ୍ଚଳରୁ ଗୁଳି ବିଦ୍ଧ ହୋଇଛି ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି।...
ଦ୍ୱାରଶୁଣି /ବଡ଼ସାହି : ଶିମିଳିପାଳରୁ ଦୁଇଟି ପୋଷା ହାତୀକୁ ସାତକୋଶିଆ ପଠାଯାଇଛି। ଲୋକମାନେ ଏହାକୁ ବିରୋଧ କରିଥିବା ଜଣାପଡ଼ିଛି। ଅନୁଗୁଳ ଜିଲା ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଦୁଇ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାରକୁ ସାତକୋଶିଆ ପଠାଯାଇଛି। ଉଭୟ ହାତୀ ସାତକୋଶିଆରେ ବାଘୁଣୀ ସୁନ୍ଦରୀର ଗତିବିଧି ଉପରେ ନଜର ରଖିବେ। ତେବେ ସୁନ୍ଦରୀକୁ ଜଗିବା ପାଇଁ ହାତୀଙ୍କୁ...

ବହୁ ଚର୍ଚ୍ଚିତ ଖବର

Monday, March 25, 2019
ଓଡ଼ିଆ | English | हिंदी