Home Tags Editorial

Tag: editorial

ବିଜୟ କୁମାର ପଟ୍ଟନାୟକ ବର୍ତ୍ତମାନ ସ୍କୁଲ କଲେଜର ପରୀକ୍ଷା ଋତୁ ଚାଲିଛି, କେଉଁଠି ସରିଗଲାଣି ତ କେଉଁଠି ହେବାକୁ ଅଛି। ପରୀକ୍ଷାର ଉଦ୍ଦେଶ୍ୟ ହେଉଛି ଛାତ୍ରଟି କେତେଦୂର ଶିକ୍ଷାର ମୂଳତତ୍ତ୍ବ ବୁଝିଛି ତାହାର ଅନୁଧ୍ୟାନ ଓ ଆକଳନ କରିବା। ବିଷୟବସ୍ତୁର ମୂଳତତ୍ତ୍ବ ବୁଝିଲେ ହିଁ ଛାତ୍ରଟି ତାକୁ କାର୍ଯ୍ୟକ୍ଷେତ୍ରରେ ବ୍ୟବହାର କରିପାରିବ। ସେଥିପାଇଁ ପରୀକ୍ଷା ପ୍ରସ୍ତୁତି ସମୟରେ ଛାତ୍ରଟି ସମସ୍ତ ବିଷୟବସ୍ତୁ ଉପରେ ସମ୍ୟକ ଜ୍ଞାନ ଆହରଣ କରିବା ବାଞ୍ଛନୀୟ,...
ଇଚ୍ଛାଥିଲେ ଉପାୟ ଆପେ ଆପେ ଆସିଥାଏ। ଦୃଢ଼ ଇଚ୍ଛାଶକ୍ତି ନିଷ୍ଠା, ଅଧ୍ୟବସାୟର ଜନକ। ଏହା ମାଧ୍ୟମରେ ଅସାଧ୍ୟ ମନେ ହେଉଥିବା କାର୍ଯ୍ୟ ସହଜ, ସରଳ, ସୁଗମ ହୋଇଥାଏ। ନାନା ପ୍ରତିକୂଳ ପରିସ୍ଥିତି ଭିତରେ ଗତିକରି, ଅହରହ ଦୁଃସ୍ଥିତି ସହ ଯୁଝି ଏମିତି ଅନେ​‌େ​‌କ ନିଜ ଅନ୍ତର୍ନହିତ ପ୍ରତିଭାର ପରିସ୍ଫୁଟନ କରିଛନ୍ତି। ବଣମଲ୍ଲୀ ହୋଇ ନିଜର ସୁବାସ ବଣରେ ବିତରଣ କରିନାହାନ୍ତି, ବିଶ୍ବରେ ବିତରଣ କରି ଯୁଗଯୁଗକୁ ମହାମନୀଷୀ ଭାବରେ...
ଭାରତୀୟ ରାଜନୀତିରେ ପ୍ରତିଷ୍ଠିତ ଶିଳ୍ପପତି ଓ ଉଦ୍ୟୋଗପତିମାନେ ସିଧାସଳଖ ସଂପୃକ୍ତ ନ’ହେବାର ଏକ ପରମ୍ପରା ରହିଆସିଛି। ସେମାନେ ରାଜନୈତିକ ବିବୃତି ଓ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହି ଅନ୍ତରାଳରେ ନିଜ ମନପସନ୍ଦର ଦଳ ପାଇଁ କାର୍ଯ୍ୟ କରନ୍ତି ଏବଂ ସବୁ ପ୍ରମୁଖ ଦଳ ସହ ଉତ୍ତମ ଭିତିରି ସମ୍ପର୍କ ରଖନ୍ତି। ବିଭିନ୍ନ ଦଳକୁ ବିପୁଳ ରାଜନୈତିକ ଚାନ୍ଦା ଦେଉଥିବା ଏହି ଶିଳ୍ପପତିମାନେ କେଉଁ ଦଳ କ୍ଷମତାକୁ ଆସୁଛି ତାହାକୁ...
ଧନେଶ୍ବର ସାହୁ ଅର୍ଥଶାସ୍ତ୍ରୀମାନେ ଆର୍ଥିକ ସଂପନ୍ନତା ମାନଦଣ୍ଡରେ ରାଷ୍ଟ୍ରମାନଙ୍କୁ ତିନିଟି ଶ୍ରେଣୀରେ ବିଭକ୍ତ କରିଥାନ୍ତି, ଯଥା- ପ୍ରଥମ ବିଶ୍ବ, ଦ୍ବିତୀୟ ବିଶ୍ବ ଓ ତୃତୀୟ ବିଶ୍ବ। ଯେଉଁ ଦେଶମାନେ ବିକଶିତ ସେମାନେ ହେଲେ ପ୍ରଥମ ବିଶ୍ବର ରାଷ୍ଟ୍ର। ବିଶେଷକରି ଶିଳ୍ପୋନ୍ନତ, ଗଣତାନ୍ତ୍ରିକ ରାଷ୍ଟ୍ରମାନେ ହେଲେ ଏହି ଶ୍ରେଣୀର। ଯେଉଁ ଦେଶମାନ ଅତୀତରେ କମ୍ୟୁନିଷ୍ଟ ବା ସମାଜବାଦୀ ରାଷ୍ଟ୍ରଥିଲେ ସେମାନେ ହେଲେ ଦ୍ବିତୀୟ ବିଶ୍ବ। ଏହି ଦୁଇ ବିଶ୍ବର ରାଷ୍ଟ୍ରମାନଙ୍କର ଲୋକଙ୍କର...
ଶୈଳେନ୍ଦ୍ର ଦ୍ବିବେଦୀ ଫୁଲରୁ ଫୁଲକୁ ଓ ଥରେଥରେ ବଗିଚାରେ ଆପଣଙ୍କର ଖୁବ୍‌ ପାଖକୁ ଉଡ଼ି ଆସିୁଥିବା ରଙ୍ଗୀନ ପ୍ରଜାପତିକୁୁ ଆମର ଆଗାମୀ ପିଢ଼ି ହୁଏତ ଦେଖି ନପାରନ୍ତି! ପାଠକେ, ପ୍ରଜାପତି ଅନ୍ତର୍ଦ୍ଧାନ ଭବିଷ୍ୟବାଣୀ ଅତିରଞ୍ଜିତ ମନେ ହୋଇପାରେ, ତେବେ ନିକଟରେ ପ୍ରକାଶିତ ଏକ ଅଧ୍ୟୟନ ଏହା ଦର୍ଶାଇଛି। ଗତ ୩୦ ବର୍ଷ ଭିତରେ ପୃଥିବୀରେ ୪୦ ପ୍ରତିଶତ କୀଟପତଙ୍ଗଙ୍କ ହ୍ରାସ ହୋଇସାରିଛି (ଜର୍ମାନୀରେ ଏହା ୭୫ ପ୍ରତିଶତ କୁହାଯାଉଛି) ଏବଂ...
ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ପିଲାଙ୍କ ଖେଳଣା ହେବାଠାରୁ ଆରମ୍ଭକରି ବୈଠକ ଗୃହ ତଥା ମୋଟରଗାଡ଼ିର ଶୋଭା ବର୍ଦ୍ଧନ କରିବା ଯାଏ ଟେଡିବିଅର କଣ୍ଢେଇର ପତିଆରା ସବୁଠି ଦେଖିବାକୁ ମିଳେ। ତେବେ ଏହାର ଉଦ୍ଭବ ପଛରେ ରହିଛି ଏକ ରୋଚକ ଘଟଣାବଳୀ। ପ୍ରସିଦ୍ଧ ଆମେରିକୀୟ ରାଜନୀତିଜ୍ଞ ତଥା ରାଷ୍ଟ୍ରପତି ଥିଓଡର ରୁଜଭେଲ୍ଟ ୧୯୦୨ ମସିହାରେ ଥରେ ଭଲ୍ଲୁକ ଶିକାର ପାଇଁ ମିସିସିପି ଗଭର୍ଣ୍ଣରଙ୍କ ନିମନ୍ତ୍ରଣ ରକ୍ଷାକରି ଏକ ପ୍ରମୋଦ ଭ୍ରମଣରେ...
ଧରଣୀଧର ପାଣିଗ୍ରାହୀ ନୀତି ନିର୍ଣ୍ଣାୟକ ଓ କୃଷି ବିଶାରଦମାନେ ଅନେକ ସମୟରେ କୃଷକ କଲ୍ୟାଣ ଅପେକ୍ଷା ଜମିର ଉତ୍ପାଦନ ବୃଦ୍ଧି ଉପରେ ଅଧିକ ଦୃଷ୍ଟି ନିକ୍ଷେପ କରିଥାନ୍ତି। ଜମି ଓ ଜଳ ଉତ୍ପାଦନ ବୃଦ୍ଧି ଗୁରୁତ୍ବପୂର୍ଣ୍ଣ ନିଶ୍ଚୟ, କିନ୍ତୁ ଏହା ଚାଷୀ ଓ ତା’ର ପରିବାର କଲ୍ୟାଣ ବୃଦ୍ଧି କରିବାରେ କେବଳ ସହାୟକ ହୋଇଥାଏ। ଚାଷୀ ପ୍ରତି ଉଦାସୀନ ରହି ଜନକଲ୍ୟାଣ ସାଧିତ ହୋଇପାରିବ ନାହିଁ। ଆମେ ଚାଷୀ କଥା...
ରାଜନୀତି ଶ୍ରେଷ୍ଠ ନୀତି ନୁହେଁ, ବରଂ ଶ୍ରେଷ୍ଠ ଅନୀତି। ଏଠାରେ ଅନ୍ତିମ ଲକ୍ଷ୍ୟ ବିଜୟ ଓ କ୍ଷମତା ହାସଲ। ତେଣୁ ସେଇ ଲକ୍ଷ୍ୟ ହାସଲ ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ବିଜୟ ସମ୍ଭାବନାଥିବା ପ୍ରାର୍ଥୀଙ୍କୁ ଗୋଟାନ୍ତି। ପରସ୍ପର ପରସ୍ପରର ଯୋଗ୍ୟ ଓ ସମ୍ବଳବାନ ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ଟାଣନ୍ତି। ଏଥର ଓଡ଼ିଶା ନିର୍ବାଚନରେ ଏ ପ୍ରକାର କାର୍ଯ୍ୟ ଟିକିଏ ଅଧିକ ହେଉଛି ଏବଂ ପରଘର ତିଅଣରେ ଅତିଥି ସତ୍କାର...
ଗଙ୍ଗାଧର ସାହୁ ଜ୍ୟୋତିଷ ଶାସ୍ତ୍ର ଭଳି ବାସ୍ତୁଶାସ୍ତ୍ର ଆଉ ଏକ ବିଦ୍ୟା ଯାହାକୁ ବିଜ୍ଞାନ ସ୍ୱୀକାର କରେ ନାହିଁ, କିନ୍ତୁ ସମାଜରେ ଏହି ଦୁଇ ଶାସ୍ତ୍ର ନିଜର କାୟା ବିସ୍ତାର କରି ଚାଲିଛନ୍ତି । ଖବର କାଗଜ, ଟି.ଭି ଚ୍ୟାନେଲରେ ଏ ଦୁଇ ଶାସ୍ତ୍ରର ଆଲୋଚନା, ପ୍ରଚାର ଓ ବିଜ୍ଞାପନ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି। ଜଣେ ଗରିବ ଲୋକର ଇନ୍ଦିରାଆବାସ ବା ବିଜୁ କୁଡ଼ିଆ ବାସ୍ତୁଶାସ୍ତ୍ର ଆଧାରିତ ନୁହେଁ। ସମାଜରେ ତଥାକଥିତ...
ସାତକଡ଼ି ହୋତା ଭାରତ ସ୍ବାଧୀନ ହେଲା ପରେ ଜାତିପାଇଁ ଏକ ସମ୍ବିଧାନ ପ୍ରଣୟନ କରାଗଲା। ଏଥିରେ ଜାତିର ସ୍ବପ୍ନ, ସଂକଳ୍ପ ଓ ଆସ୍ପୃହା ସହିତ ଦେଶବାସୀଙ୍କ ଲକ୍ଷ୍ୟ ପ୍ରତିଫଳିତ ହୋଇଛି, କିନ୍ତୁ ସାମ୍ବିଧାନିକ ସଭା ଗଠିତ ହେବା ପୂର୍ବରୁ ବାପୁ ମୋହନଦାସ କରମଚାନ୍ଦ ଗାନ୍ଧୀ ‘ମୋ ସ୍ବପ୍ନର ଭାରତ’ର ଯେଉଁ ପ୍ରତିଲିପି ପ୍ରସ୍ତୁୁତ କରିଥିଲେ ତାହା ହିଁ ସମ୍ବିଧାନର ପ୍ରଣେତାମାନଙ୍କୁ ଯେ ଉଦ୍‌ବୁଦ୍ଧ କରିଛି, ଏହା ନିଶ୍ଚିତ ଜାଣି ତାଙ୍କ...

ବହୁ ଚର୍ଚ୍ଚିତ ଖବର

Sunday, May 26, 2019
ଓଡ଼ିଆ | English | हिंदी