Home Tags Deadbody found

Tag: deadbody found

ରାଇରଙ୍ଗପୁର : ବାଦାମବାହାଡ ଥାନା ପାହାଡପୁର ଜଙ୍ଗଲରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ମୁଣ୍ଡ ପୋଡି ଯାଇଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ନୟାଗଡ଼ : ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କେସେଣ୍ଡ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ଘର ମଧ୍ୟରୁ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି । ମହିଳାଙ୍କ ସ୍ବାମୀ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ବାଲେଶ୍ୱର : ବାଲେଶ୍ୱର ଜିଲା ବଣପାରିଆ ଏସବିଆଇ ବ୍ୟାଙ୍କ ବିପରୀତ ଦିଗରେ ଥିବା ରାସ୍ତା ତଳୁ ଗୁରୁବାର ଏକ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହଟି ପ୍ରାୟ ୧୫ ଦିନର ହେବ ବୋଲି ଏହାର ଅବସ୍ଥା ଦେଖି ଅନୁମାନ କରାଯାଉଛି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ମୃତ ବ୍ୟକ୍ତି ଜଣଙ୍କ ଜଣେ ପଇଡ଼ ବେପାରୀ। ସେ ଆଇଟିଆଇ ସ୍କୁଲ ସାମ୍ନାରେ ନିଜର ଦୋକାନ କରିଥିଲେ।
ମାଲକାନଗିରି : ମହାରାଜପାଲ୍ଲୀ ଗ୍ରାମ ରାସ୍ତାକଡରୁ ଏକ କ୍ଷତାକ୍ତ ମୃତଦେହ ଗ୍ରାମବାସୀ ଦ୍ବାରା ଉଦ୍ଧାର ହୋଇଛି । ମୃତକଙ୍କ ପରିଚୟ ମିଳିଛି । ମୃତଦେହଟି ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାରଙ୍କ ବୋଲି ଜଣାପଡିଛି । ତାଙ୍କ ନାମ ରମେନ୍ ବିଶ୍ଵାସ ଏବଂ ସେ ଏମପିଭି ୪୩ ଗ୍ରାମର  ବୋଲି ଜଣାପଡିଛି । ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିଲା । ଗ୍ରାମବାସୀ...
ବାଲେଶ୍ବର : ବାଲେଶ୍ବର ଜିଲା ରେମୁଣା ଥାନା ଅନ୍ତର୍ଗତ ନରହରି ପୁର ପଞ୍ଚାୟତ ବାଙ୍ଗର ଗ୍ରାମରେ ଜଣେ ଯୁବତୀଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ଯୁବତୀଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଗୁରୁବାର ସନ୍ଧ୍ୟାରୁ ଯୁବତୀ ଜଣଙ୍କ ନିଖୋଜ ଥିଲେ । କିଛି ଯୁବକ ତାଙ୍କୁ ଅପହରଣ କରି ନେଇଥିବା ପରିବାର ଲୋକ ରେମୁଣା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି...
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ହୀରାପୁର ପଞ୍ଚାୟତ ନୂଆଗୁଡ଼ା ଗାଁରେ ଏକ ଘରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଉଭୟ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉମରକୋଟ ପୁଲିସ ଦୁଇଟି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁ କାରଣ ଜଣାପଡିନଥିବା ବେଳେ ଏହା ପ୍ରେମଜନିତ ଆତ୍ମହତ୍ୟା ବୋଲି ସ୍ଥାନୀୟ...
ବାଲେଶ୍ବର: ଶାଢୀ, ଶଙ୍ଖା ଓ ସିନ୍ଦୁର ପିନ୍ଧି ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ସୋର ଥାନା ତେଣ୍ଟଇ ବରିପଡା ଗ୍ରାମର କମଳାକାନ୍ତ ବେହେରାଙ୍କ ପୁଅ ଉମାକାନ୍ତ(୨୬)  । ଗତ କିଛିଦିନ ଧରି ବେଙ୍ଗାଲୁରୁର ଏକ ବେସରକାରୀ କମ୍ପାନୀରେ ସେ କାର୍ଯ୍ୟ କରୁଥିଲେ । ଶନିବାର ସକାଳେ କମ୍ପାନୀକୁ ନ ଯାଇଥିବାରୁ ତାଙ୍କ ସହକର୍ମୀମାନେ ଭଡା ଘରେ ପହଞ୍ଚିଥିଲେ । ଶାଢୀ,...
ଅନୁଗୁଳ : ଅନୁଗୁଳ ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମ ଶିବ ମନ୍ଦିର ନିକଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ଘଟଣାରୁ ଜଣାପଡିଛି ମାଛକୁଟା ଗ୍ରାମର ବୈକୁଣ୍ଠ ମାଝି ରବିବାର ଅପରାହ୍ନ ୪ଟା ବେଳେ ଘରୁ କେଉଁଆଡେ ଚାଲିଯାଇଥିଲେ । ବିଳମ୍ବିତ ରାତି ପର୍ୟ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ପାଇନଥିଲେ । ଆଜି ଗ୍ରାମବାସୀ ଶିବ ମନ୍ଦିର ପଛପଟେ  ବିଲ ଭିତରେ ଅର୍ଦ୍ଧଦଗ୍ଧ ମୃତଦେହ...
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର ନଗର ବିଜେପି ଉପସଭାପତିଙ୍କ ପୁଅ ଅଜୟ ସୁନାନୀ (୨୩)ଙ୍କୁ କେହି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ସକାଳୁ ତାଙ୍କ ମୃତଦେହ ସ୍ଥାନୀୟ ହିଲ ଟାଉନର ୭ ନମ୍ବର ଲେନର ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରାଯାଇଛି । କେହି ଦୁର୍ବୃତ୍ତ ଭୁଜାଲିରେ ତାଙ୍କ ମୁଣ୍ଡକୁ ହାଣି ହତ୍ୟା କରି ଫିଙ୍ଗି ଦେଇଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ସନ୍ଦେହ କରାଯାଉଛି ।...
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଟିକାୟତପାଲି ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥ କଡ଼ରୁ ଶୁକ୍ରବାର ସକାଳେ ଜଣେ ଯୁବତୀଙ୍କ କ୍ଷତବିକ୍ଷତ ମୃତଦେହ ଜବତ ହୋଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ପଡିଥିବା ସ୍ଥାନୀୟଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବତୀଙ୍କ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । କେହି ଦୁର୍ବୃତ୍ତ ଯୁବତୀଙ୍କୁ ବଳାତ୍କାର କରିବା ପରେ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी