Home Tags Dead

Tag: dead

ବାଲେଶ୍ୱର: ବାଲେଶ୍ୱର ଜିଲା ରସାଳପୁର ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇ ଦୁଇ ଭଉଣୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ବୁଡ଼ି ଯାଇଥିଲେ। ଖବର ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ବହୁ ଉଦ୍ୟମ କରି ସେମାନଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ନେଇଥିଲେ। ମାତ୍ର ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଏପରି...
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଲୁତୁରପଙ୍କ ବାବୁପାଲିରେ ରବିବାର ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ଅଧିକ ତଦନ୍ତ କରୁଛି।
ରାଉରକେଲା : ରାଉରକେଲା ବନ୍ଧମୁଣ୍ଡାଇ ସେକ୍ଟର-ଇରେ ଥିବା ରେଲୱେ କଲୋନୀରେ ରବିବାର ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ, ରେଲୱେ କଲୋନୀରେ ରହୁଥିବା ଜଣେ ମହିଳା ସବୁଦିନ ଭଳି ଆଜି ସକାଳ ସମୟରେ ଲୁଗା ଶୁଖାଇବାକୁ ଛାତ ଉପରକୁ ଯାଇଥିଲେ। ମାତ୍ର ଲୁଗା ଶୁଖାଇବା ସମୟରେ ଏହା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ମହିଳାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା ଓ...
କେନ୍ଦଝର : କେନ୍ଦୁଝର ଜିଲା ଆନନ୍ଦପୁର ମହୁଲହିଡ଼ା ଗାଁ ମାରାଣ୍ଡି ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମହୁଲ ଗଛ ପାଇଁ ବଡ଼ଭାଇକୁ ସାନଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ, ମହୁଲ ଗଛ ନେବା ପାଇଁ ବଡ଼ଭାଇ ଜିଦ କରିବାରୁ ସାନ ଭାଇ ବଡ଼ଭାଇକୁ କାଠ ଫାଳରେ ଆକ୍ରମଣ କରିଥିଲା। ଫଳରେ ବଡ଼ଭାଇର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ...
ବାଲେଶ୍ବର : ବାଲେଶ୍ବର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ ଏକ ଗ୍ରାମରୁ ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ କଳିଆଖିଆ ଗ୍ରାମର ବୋଲି ଜଣାପଡିଛି। ସେ ତାଙ୍କ ଚାଷ ଜମିକୁ ଯାଇଥିଲେ। ମାତ୍ର କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କ ମୃତଦେହ ଜମିରେ ପଡିଥିବାର ଦେଖିବାକୁ ପାଇଥିଲେ। ମୃତଦେହ ନିକଟରେ ୧୧ କେଭି ବିଦ୍ୟୁତ ତାର ମଧ୍ୟ ପଡି ରହିଥିଲା। ତେବେ ଅସାବଧାନତା ବଶତଃ...
ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଡ଼ୁମୁରିଆ ଗ୍ରାମ ବନ୍ଧସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ପୁତୁରାର ଟାଙ୍ଗିଆ ଚୋଟେରେ ଖୁଡ଼ୀର ମୃତ୍ୟୁ ହୋଇଛି। ସୂଚନା ଯୋଗ୍ୟ, ଡ଼ୁମୁରିଆ ଗ୍ରାମର ବୀର ଦାସଙ୍କ ପୁଅ ସାଧୁ ଦାସ(୨୮) ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚିବା ପରେ ନିଜ ଖୁଡ଼ୀ ତ୍ରିନାଥ ଦାସଙ୍କ ପତ୍ନୀ ବୁଧେଇ ଦାସ (୫୨)ଙ୍କ ସହ କଳହ...
ଫୁଲବାଣୀ : ଫିରିଙ୍ଗିଆ ଥାନା ତିଲରପଙ୍ଗା ଗାଁରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି। ମାଓବାଦୀମାନେ ଠିକାଦାରଙ୍କୁ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି। ଘରୁ ଡ଼ାକି ନେଇ ଠିକାଦାରଙ୍କୁ ହତ୍ୟା କରିବା ସହ ଘଟଣାସ୍ଥଳରେ ମାଓ ପୋଷ୍ଟର ଥିବା ସୂଚନା ମିଳିଛି।
ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ମୁଣ୍ଡା ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦିନବନ୍ଧୁ କିସାନଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣ ଘଟିବା ପରେ ତାଙ୍କୁ ତୁରନ୍ତ ବଣାଇ ଡ଼ାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୂଚନା ଯୋଗ୍ୟ, ଘରେ ବିଦ୍ୟୁତ ନଥିବାରୁ ଖୁଣ୍ଟରେ ଚଢି ତାର ସଜାଡ଼ୁଥିବା ସମୟରେ ଏହି ଅଘଟଣ...
ନବରଙ୍ଗପୁର : ଡ଼ାବୁଗାଁ ଥାନା ଅନ୍ତର୍ଗତ କେରାଣ୍ଡି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଭାଇର ଠେଙ୍ଗାମାଡ଼ରେ ଅନ୍ୟ ଏକ ଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ତୁଳାରାମ ମାଝି। ଅଭିଯୁକ୍ତ କୁନି ମାଝିକୁ ସମ୍ପୃକ୍ତ ଘଟଣାରେ ପୁଲିସ ଗିରଫ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ସୂଚନା ଯୋଗ୍ୟ, ପାରିବାରିକ କଳହକୁ କେନ୍ଦ୍ର କରି ଗୋଟିଏ ପରିବାରର ଦୁଇ...
କୁଚିଣ୍ଡା : ମହୁଲିପାଲି ଥାନା ଅନ୍ତର୍ଗତ କୁର୍ମିମୁଣ୍ଡା ଗାଁରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇର ଠେଙ୍ଗାମାଡ଼ରେ ସାନଭାଇର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଭାଇବୋହୂ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଘରଡ଼ିହ ଭାଗବଣ୍ଟାକୁ କେନ୍ଦ୍ର କରି ବଚସାରୁ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ବଡ଼ଭାଇକୁ ଥାନାରେ ଅଟକ ରଖି ପଚାରାଉଚରା କରୁଛି।

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी