Home Tags Bus accident

Tag: bus accident

ସୋର : ବାଲେଶ୍ବର ସୋର ଥାନା ଠାରୁ ପ୍ରାୟ ୫ଶହ ମିଟର ଦୂରରେ ବିଳମ୍ବିତ ରାତିରେ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବସରେ ଥିବା ୫୦ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ପ୍ରାୟ ୩ଟା ସମୟରେ ୧୬ ନଂ ଜାତୀୟ ରାଜପଥ ଉତ୍ତରେଶ୍ବର ଠାରେ ଭୁବନେଶ୍ୱରରୁ ଜଳେଶ୍ଵର ଯାଉ ବସଟିକୁ ପଛ ପଟୁ ଏକ ଟ୍ରକ ପିଟି ଦେଇଥିଲା।...
କୁଲ୍ଲୁ : ହିମାଚଳ ପ୍ରଦେଶର କୁଲ୍ଲୁ ଜିଲାର ଏକ ଯାତ୍ରୀବାହୀ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, କୁଲ୍ଲୁ ଲଗବୈଲୀ ଶାଲଙ୍ଗ ନିକଟରେ ଠାକୁରା କୋଚ୍ ନାମକ ଏକ ମିନି ବସ୍ ଖାଇକୁ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସମସ୍ତଙ୍କୁ...
ଝାରସୁଗୁଡ଼ା : ବେଲପାହାଡ଼ ଓ ଝାରସୁଗୁଡ଼ା ମଧ୍ୟସ୍ଥ ଆମ୍ବଦରହ ଅଞ୍ଚଳର ୪୯ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଏକ ଟ୍ରଲର ଓ ମା’ ଭଗବତୀ ନାମକ ବସ୍ ମଧ୍ୟରେ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୧୫ଜଣରୁ ଉର୍ଦ୍ଧ୍ବ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୂଚନାମୁତାବକ, ଏକ ବୁଲାଣିରେ ଟ୍ରଲର ବୁଲାଇବା ବେଳେ ବସ୍ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣା...
କଟକ : ମହାନଦୀ ପୋଲରୁ ବସ ଖସିବା ଘଟଣାରେ ଗୁରୁତରଙ୍କ ମଧ୍ୟରୁ ୭ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ କଟକ ବଡ ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରୋମା ଆଇସିୟୁ ଓ ୪ଜଣଙ୍କୁ ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩୫ଜଣ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୮ଜଣଙ୍କୁ ପରିବାରବର୍ଗ ଘରୋଇ ନର୍ସିଂହୋମକୁ ନେଇଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା...
ନବରଙ୍ଗପୁର : ଝରୀଗାଁ ବ୍ଲକ ଅନ୍ତର୍ଗତ ଚନ୍ଦାହାଣ୍ଡି ଘାଟିରେ ଏକ ସ୍କୁଲ ବସ୍‍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଚନ୍ଦାହାଣ୍ଡି ଘାଟିରୁ ବସ୍‍ଟି ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେତେ ଜଣ ଆହତ ହୋଇଛନ୍ତି ଜଣାପଡ଼ିନାହିଁ। ସୂଚନା ଅନୁଯାୟୀ, ଶ୍ରୀଅରବିନ୍ଦ ସ୍କୁଲର ଏକ ବସ୍‍ ଉମରକୋଟରୁ ପ୍ରାୟ ୩୫ ଜଣ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଏକ ପାଠଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚନ୍ଦାହାଣ୍ଡି...
ଜଳେଶ୍ୱର : ବାଲେଶ୍ୱର ଜିଲାର ଜଳେଶ୍ୱର ନିକଟରେ ଥିବା ରାଇବଣିଆ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ସକାଳେ ଏହି ଦୁର୍ଘଟଣାଟି ଘଟିଛି। ଏଥିରେ ଦଶ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବସ୍‍ଟି ଭୁବନେଶ୍ୱରରୁ ଉଲୁମରା ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ବିଲକୁ ଓଲଟି ପଡିଥିଲା। ଆହତମାନଙ୍କୁ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।
କଲକାତା: ପଶ୍ଚିମବଙ୍ଗରେ ଏକ ମର୍ମନ୍ତୁଦ ବସ୍‍ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟୂନ ୨୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ହୁଗ୍‍ଲି ଜିଲାର ହରିପାଲ୍‍ଠାରେ ଘଟିଛି ଏହି ଦୁର୍ଘଟଣା। ଏକ ଘରୋଇ ବସ୍‍ କଲକାତା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭର ଭାରସମ୍ୟ ହରାଇବାରୁ ବସ୍‍ଟି ଗଜାରମୋର ନିକଟରେ ଏକ ପୋଲର ସିମେଣ୍ଟ ପିଲରରେ ପିଟି ହୋଇ ଡାକଟିଆ ଖାଲ କେନାଲ୍‍ରେ ପଡ଼ିଯାଇଥିଲା। ଏସ୍‍ପି...
ଯାଜପୁର : ଯାଜପୁର ଜିଲା ବଡ଼ଚଣା କଡ଼େଇ ଛକ ନିକଟରେ ଶନିବାର ଭୋର୍‍ ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ , ଏକ ଘରୋଇ ଯାତ୍ରୀବାହୀ ବସ୍‍ ରାଞ୍ଚିରୁ କଟକ ଫେରିବା ବେଳେ ଏକ ଟମାଟୋ ବୋଝେଇ ଟ୍ରକ୍‍କୁ ଧକ୍କା ଦେଇଥିଲା। ଫଳରେ ବସ୍‍ଟି ରାସ୍ତା କଡ଼କୁ ଓଲଟି ଯାଇଥିଲା। ଆହତ...
ଭଦ୍ରକ : ଚରମ୍ପା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୨ଜଣ ମୃତ,୨ ଜଣ ଗୁରୁତର ଏବଂ ୨୦ ଜଣ ଆହତ ହୋଇଛନ୍ତି।  ସୂଚନା ଅନୁସାରେ, ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ଠାରେ ଏକ ବାଉଁଶ ବୋଝେଇ ଟ୍ରକ ପଛରୁ ଏହି ଯାତ୍ରୀବାହି ବସଟି ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ବସ ଡ଼୍ରାଇଭରଙ୍କ ସହ ଜଣେ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୨ଜଣ ଗୁରୁତରଙ୍କୁ ଭଦ୍ରକ...
ଅନୁଗୁଳ : ଅନୁଗୁଳ ଜରପଡ଼ା ଥାନା ସାନ୍ତରାପୁର ନିକଟରେ ଯାତ୍ରୀବାହୀ ବସ ଓଲଟି ୬ ଜଣ ଆହତ ହୋଇଛନ୍ତି। ଜଣକ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।  ଭୋର ୫ଟା ସମୟରେ ଶିବମ ନାମକ ଏକ ଘରୋଇ ବସ ବୁର୍ଲାରୁ ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଆହତଙ୍କୁ ଅନୁଗୁଳ ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେମାନେ ବସର କାଚ ଭାଙ୍ଗି ସମସ୍ତ...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी