Home Tags Bus

Tag: bus

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ରାସ୍ତାର କନ୍ଧବାହାଲ ଗ୍ରାମ ନିକଟରେ ରବିବାର ସକାଳ ସମୟରେ ଭୁବନେଶ୍ୱରରୁ ଖଡ଼ିଆଳ ଆସୁଥିବା ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବସଟି ଭାରସାମ୍ୟ ହରାଇ ଏକ ଦୋକାନ ଉପରକୁ ମାଡ଼ି ଯାଇଥିଲା। ଦୁର୍ଘଟଣା ସମୟରେ ଦୋକାନ ଭିତରେ କେହି ନଥିବାରୁ ସୌଭାଗ୍ୟ ବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ଏହାସହ ବସର ଯାତ୍ରୀ ମଧ୍ୟ ସୁରକ୍ଷିତ ଥିବା ସୂଚନା ମିଳିଛି।
ପୁରୀ : ପୁରୀ ବସଷ୍ଟାଣ୍ଡରୁ ଏକ ଟୁରିଷ୍ଟ ବସ ଚୋରି ହୋଇଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ବସଟି ଷ୍ଟାଣ୍ଡ ନିକଟ ତାରିଣୀ ମନ୍ଦିର ନିକଟରେ ଥିଲା। କେହି ଦୁର୍ବୃତ୍ତ ଟୁରିଷ୍ଟ ବସଟିକୁ ସେଠାରୁ ନେଇ ଯାଇଛି। ବସର ନମ୍ବର – ଓଆର-୨୨ଡି-୭୭୭୨। ବସ ଚୋରି ଘଟଣା ସମ୍ପର୍କରେ ବସ ମାଲିକ ପ୍ରବୀର ମହାନ୍ତି ଜାଣିବା ପରେ କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ...
ଭୁବନେଶ୍ୱର : ଜିଏସଟି ଅଧିକାରୀ ଗୋଟିଏ ବସକୁ ଜବତ କରିଛନ୍ତି। କୋଲକାତାରୁ ପୁରୀ ଯିବା ବେଳେ କଟକ ଓଏମପି ଛକରୁ ଗୋଟିଏ ବସକୁ ଜବତ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜିଏସଟି ଫାଙ୍କିବା ପାଇଁ ବସରେ ମାଲ ପରିବହନ ହେଉଥିବା ଅଭିଯୋଗ ହୋଇଛି।
ମୟୂରଭଞ୍ଜ : ଏକ ଚଳନ୍ତା ବସରୁ ଚକା ବାହାରି ଯାଇଛି। ଏପରି ଘଟଣା ମୟୂରଭଞ୍ଜ ଜିଲା ବିଷୋୟୀ ବଜାର ନିକଟସ୍ଥ ସାରନା ଛକରେ ଘଟିଛି। ଶୁକ୍ରବାର ସକାଳେ ବସଟି ଭୁବନେଶ୍ବରରୁ ରାଇରଙ୍ଗପୁର ଆସୁଥିବା ସମୟରେ ଏକ ହମ୍ପସ୍ ପାର ହେଉଥିବା ବେଳେ ତାର ପଛ ଚକା ବାହାରି ଯାଇଥିଲା। ବସଟିର ବେଗ କମ ଥିବା ଯୋଗୁଁ ଏକ ଅଘଟଣରୁ ବର୍ତ୍ତି ଯାଇଥିଲା। ବସରେ ୩୦ରୁ ଅଧିକ ଯାତ୍ରୀ ଥିଲେ।...
ଭୁବନେଶ୍ୱର : ହକି ବିଶ୍ୱକପ ପୂର୍ବରୁ ଜନସାଧାରଣଙ୍କ ଯାତାୟାତ ସୁବିଧା ପାଇଁ ରାଜ୍ୟ ସରକାର “ମୋ ବସ” ଯୋଜନା ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପୂର୍ବାହ୍ନ ୧୧ଟା ସମୟରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଛକରେ ଏହାକୁ ଶୁଭାରମ୍ଭ କରିବେ। ନୂତନ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ହୋଇଥିବା ଏହି ବସଗୁଡ଼ିକ ଯାତ୍ରୀମାନଙ୍କୁ କଟକ, ଭୁବନେଶ୍ୱର ଓ ପୁରୀକୁ ସେବା ଯୋଗାଇ ଦେବ। ମୋଟ୍‍ ୨୦୦ଟି ବସକୁ...
ଭୁବନେଶ୍ୱର : ଖଣ୍ଡଗିରି ଛକରେ ୨ଟି ବସ୍‍ ସଂପୂର୍ଣ୍ଣ ଜଳିଯାଇଛି। ପେଟ୍ରୋଲ ପମ୍ପ ପଛପଟେ ଥିବା ବେଳେ ବସ୍‍ ଜଳିଯାଇଥିବା ସୂଚନା ମିଳିଛି। ଅବ୍ୟବହୃତ ଅବସ୍ଥାରେ ଥିବା ୨ଟି ବସ୍‍ ଜଳିଯାଇଛି। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି। ଭୋର୍‍ ସମୟରେ ବସ୍‍ ଜଳିଯାଇଥିଲା। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍‍ ଜଳିଥିବା ସନ୍ଦେହ କରାଯାଉଛି। ଅଗ୍ନିଶମ ବିଭାଗ...

ବହୁ ଚର୍ଚ୍ଚିତ ଖବର

Saturday, May 25, 2019
ଓଡ଼ିଆ | English | हिंदी