Home Tags Blast

Tag: blast

ଲକ୍ଷ୍ମୌ .- ଚିକିତ୍ସା ଚାଲିଥିବା ବେଳେ ଜଣେ ମହିଳାଙ୍କର ମୁହଁରେ ବିସ୍ଫୋରଣ ଘଟିବାରୁ ତାଙ୍କର ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଆଲିଗଡରେ ଥିବା ଜେଏନ୍‌ ମେଡିକାଲ କଲେଜ୍‌ରେ ଏହି ଘଟଣା ଘଟିଛି । ମହିଳା ଜଣଙ୍କର ବିଷପାନ କରି ଗୁରୁତର ହେବାପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଅଣାଯାଇଥିଲା । ସେ ସଲଫୁରିକ୍‌ ଏସିଡ୍‌ ପିଇ ଦେଇଥିବା ଅଭିଯୋଗ ହୋଇଛି । ଡାକ୍ତରମାନେ ବିଷ କାଢିବା ପାଇଁ ତାଙ୍କ...
ଖୋର୍ଦ୍ଧା : ପୂର୍ବ ଶତ୍ରୁତାରୁ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଧିମାଛଗାଡିଆ ଗ୍ରାମରେ ବୋମାମାଡ ହୋଇଛି। ଦୁଇ ପରିବାର ମଧ୍ୟରେ ଶତ୍ରୁତାରୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ବୋମାମାଡ ଫଳରେ ପରିବାରର ଗୋଟିଏ କାର ସମେତ ଘରର କବାଟ ଝରକା କ୍ଷତିଗ୍ରସ୍ତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଝାରସୁଗୁଡ଼ା: ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ବ୍ରଜରାଜନଗର ଥାନା ପୁଲିସ ଓ ଦମକଳ ଗାଡ଼ି ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତ ଶ୍ରମିକ ଜଣଙ୍କ ହେଲେ ୨୫ ବର୍ଷୀୟ ସୁଶାନ୍ତ ଧୁରୁଆ ଏବଂ ତାଙ୍କ ଘର ବେଲପାହଡରେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ,...
ଭୁବନେଶ୍ୱର: ବାଣ ବିସ୍ଫୋରଣ ଘଟି ଦୁଇ ଜଣଙ୍କ ପ୍ରାଣ ହାନି ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିବା ଜଣପଡିଛି । ଗୁରୁତରଙ୍କୁ ଭୁବନେଶ୍ବରସ୍ଥିତ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ବାଲିପାଟଣା ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ଜଣଙ୍କ ଘରେ ଆଜି ସକାଳେ ବାଣ ବିସ୍ଫୋରଣ ଘଟିଛି । ଦୀପାବଳି ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ବାଣରେ କୌଣସି କାରଣରୁ ହଠାତ୍...
ନେମାଳ: ବାଣ ବିସ୍ପୋରଣରେ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅଭାବନୀୟ ଘଟଣା କଟକ ଜିଲ୍ଲା କିଶନନଗର୍ ଥାନା ବୋଇଲ ଗ୍ରାମରେ ଘଟିଛି । ଆଜି ସକାଳୁ ୬୫ ବର୍ଷୀୟା ଦେବେନ୍ଦ୍ର ସାମଲ ଓ ତାଙ୍କ ନାତି ସମ୍ବିତ୍ ସାମଲ ନିଜର ଏକ ଚାଳ ଘରେ ବାଣ ଭିଡୁଥିବା ବେଳେ ବିସ୍ପୋରଣ ଘଟିଥିଲା । ଯାହା ଫଳରେ...
ରାଉରକେଲା: ରାଉରକେଲାରେ ବାଣ ଗୋଦାମରେ ବିସ୍ଫୋରଣ ଘଟି ଦୁଇଜଣ ଗୁରୁତର ହେବା ସହ ଜଣଙ୍କର ମୃତ୍ୟୁ ହୋଇଛି। ମଧୂସୂଦନପାଲ୍ଲୀ ତେଲୁଗୁ ବସ୍ତିରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ନିଆଁ ଆଖପାଖ ୧୦ଟି ଘରକୁ ବ୍ୟାପି ଯାଇଛି। ଏଥିରେ ଅନେକ ବ୍ୟକ୍ତି ଆହତ ହୋଇଥାନ୍ତି ପାରନ୍ତି ବୋଲି ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି। ଗୁରୁତରଙ୍କୁ ଆଇଜିଏଚରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ,...
ନୀଳଗିରି: ହାତରେ ଡିନାମାଇଟ ଫୁଟି ଛାତ୍ର ଗୁରୁତର ହୋଇଛି। ବରହମପୁର ଥାନା ଅନ୍ତର୍ଗତ ତଥା ନୀଳଗିରି ବ୍ଲକ ମାଟିଆଳି ପଞ୍ଚାୟତର ପଥରଗୁମୁରା ଗ୍ରାମରେ ଏପରି ଏକ ଅଘଟଣ ହୋଇଛି। ସେହି ଗ୍ରାମର ଚତୁର୍ଥ ଶ୍ରେଣୀ ଛାତ୍ର ମିଲନ (୧୦) ଆହତ ହୋଇଛି। ସେ ରାସ୍ତାରେ ପଡିଥିବା ଏକ ଅଫୁଟା ବିସ୍ଫୋରକ ଡିନାମାଇଟ ପାଇ ସକାଳୁ ବ୍ୟାଟେରୀରେ ସଂଯୋଗ କରିଥିଲା। ହଠାତ ଏହା ବିସ୍ଫୋରଣ ହୋଇଥିଲା। ଏଥିରେ ଛାତ୍ରର ଡାହାଣ...

ବହୁ ଚର୍ଚ୍ଚିତ ଖବର

Thursday, May 23, 2019
ଓଡ଼ିଆ | English | हिंदी