Home Tags Badasahi news

Tag: badasahi news

::୭ଟି ପଞ୍ଚାୟତରେ ରିଲିଫ ବଣ୍ଟନ ::ସମସ୍ତ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ::ରାଜସ୍ୱ ନୀରିକ୍ଷକ କାର୍ଯ୍ୟାଳୟରେ ଧାନଚାଷୀଙ୍କ ବିକ୍ଷୋଭ ବଡ଼ସାହି : ସାମୁଦ୍ରିକ ଝଡ଼ ତିତ୍‍ଲି ପ୍ରଭାବରେ ଗଙ୍ଗାହାର ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର କମିବା ପରେ ବଡ଼ସାହି ବ୍ଲକରେ ସ୍ୱଭାବିକ ଅବସ୍ଥା ଫେରିବାକୁ ଲାଗୁଛି। ଦୁଇଦିନ ଧରି ବ୍ଲକର ୭ଟି ପଞ୍ଚାୟତର ୧୬ଖଣ୍ଡ ଗାଁର ଲୋକେ ଜଳବନ୍ଦୀ ହୋଇ ରହିଥିବା ବେଳେ ରବିବାର ସମସ୍ତ ଗ୍ରାମକୁ ଯୋଗାଯୋଗ ସମ୍ଭବ ହୋଇଛି।...
ବଡ଼ସାହି : ସ୍ଥାନୀୟ ପୁଲିସ ବଡ଼ସାହି-ମାଣତ୍ରୀ ରାସ୍ତାର ମାରକୁଣ୍ଡି ନିକଟ ଶାଳଜଙ୍ଗଲରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଛି। ନାବାଳିକା ଜଣକ କେନ୍ଦୁଡ଼ିହା ଗ୍ରାମର ସ୍ୱର୍ଗତ ମାଧୁରୀ ମହାକୁଡ଼ଙ୍କ ଝିଅ ପ୍ରତିମା (୧୪)। ପରିବାରର ଅଭାବ ଅନଟନ ପାଇଁ ଦୀର୍ଘଦିନ ଧରି ସେ କଟକରେ ରହି କାମ କରୁଥିଲେ। ତିନିଦିନ ତଳେ ଘରକୁ ଫେରିଥିବା ବେଳେ ପାରିବାରିକ ଝଗଡ଼ାରୁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି।...
ବଡ଼ସାହି : ଏଲପିଜି ଗ୍ୟାସ ବ୍ୟବହାରକାରୀ ବା ଉପଭୋକ୍ତାଙ୍କ ନିମନ୍ତେ ମାନଗୋବିନ୍ଦପୁରରେ ପ୍ରଧାନମନ୍ତ୍ରୀ ଏଲ୍‍ପିଜି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତାପପୁର ଜନସେବା କେନ୍ଦ୍ର ଆନୁକୂଲ୍ୟରେ ଅନୁଷ୍ଠିତ ଶିବିରଟିକୁ ସିଏସସିର ଡ଼ିଏମ୍‍ ଶିବଶଙ୍କର ଦାସ ଓ ପ୍ରକାଶ କୁମାର ପଣ୍ଡା ମିଳିତ ଭାବେ ପୌରହିତ୍ୟ କରିଥିଲେ। ସରପଞ୍ଚ କୁନି ସିଂ ଓ ନାଏବ ସରପଞ୍ଚ ପ୍ରୀତିଶ ପ୍ରଧାନ ଆମନ୍ତ୍ରୀତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତ ପେଟ୍ରୋଲିୟମର ଅମ୍ରିତ...
ବଡ଼ସାହି : କେନ୍ଦ୍ରର ଖାଦ୍ୟ ସୁରକ୍ଷା ଯୋଜନା ତାଲିକାରୁ ବାଦ ପଡିଥିବା ପ୍ରକୃତ ହିତାଧିକାରୀଙ୍କୁ ନେଇ ରାଜ୍ୟ ସରକାର ଆରମ୍ଭ କରିଥିବା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ବଡ଼ସାହି ବ୍ଲକର ୧୩୩୦ ପରିବାର ସାମିଲ ହୋଇଛନ୍ତି। ମଙ୍ଗଳବାର ଏହି ପରିବାରକୁ ରେସନ କାର୍ଡ ପ୍ରଦାନ ପାଇଁ ବ୍ଲକ କାର୍ଯ୍ୟାଳୟରେ ଏକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି...

ବହୁ ଚର୍ଚ୍ଚିତ ଖବର

Sunday, March 24, 2019
ଓଡ଼ିଆ | English | हिंदी