Home Tags ATM loot

Tag: ATM loot

ସୋର : ସୋର କଲେଜ ଛକ ନିକଟରେ ଥିବା ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ତାଡି ନେଇଛନ୍ତି। ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ଗ୍ୟାସ କଟର ଦ୍ବାରା ଫେଟେରାଲ ବ୍ୟାଙ୍କ ଏଟିଏମ୍‌କୁ କାଟି ଲୁଟ କରିଥିବା ଜଣାପଡିଛି। ତେବେ ଏଟିଏମ୍‌ରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡି ନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବର : ବସ୍ତା ବ୍ଲକ କାଣ୍ଡଗାଁରେ ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏପରି ଲୁଟ କରିଥିବା ଜଣାପଡିଛି। ତେବେ ଏଟିଏମରୁ କେତେ ଟଙ୍କା ଲୁଟ ହୋଇଛି ତାହା ଜଣାପଡି ନାହିଁ। ଏଟିଏମ ଭିତରେ ଗ୍ୟାସ କଟର ଓ ଗୋଟିଏ ୫୦୦ଟଙ୍କିଆ ନୋଟ ପଡିଥିବାର ଦେଖିବାକୁ ମିଳିଛି। ଖବର ପାଇ ସିଙ୍ଗଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
କଳାହାଣ୍ଡି/ଭଦ୍ରକ: ଏବେ ଲଟେରାମାନଙ୍କ ଟାର୍ଗେଟରେ ଏଟିଏମ୍ ମେସିନ ରହିଛି । ଗୋଟିଏ ଦିନରେ ରାଜ୍ୟ ଭିନ୍ନଭିନ୍ନ ସ୍ଥାନରେ ଲୁଟେରାମାନେ ଏଟିଏମ୍ ଲୁଟ୍ ଉଦ୍ୟମ କରିଥିବା ଜଣାପଡିଛି । କେଉଁଠି ଏଟିଏମ୍ ମେସିନ ଉଠାଇ ନେବାରେ ଲୁଟେରାମାନେ ସଫଳ ହୋଇଥିବା ବେଳେ ଅନ୍ୟ କେଉଁଠି ପୁଲିସ ଉପରକୁ ବୋମା ପକାଇ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସେହିପରି ଅନ୍ୟ ଏକ ସ୍ଥାନରେ ପୁଲିସ ପାଟ୍ରୋଲିଂ ଗାଡ଼ି ପହଞ୍ଚି ଯିବାରୁ...
ସୋର : ଦୁବୃର୍ତ୍ତମାନେ ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ କରିଛନ୍ତି। ଏପରି ଘଟଣା ବାଲେଶ୍ବର ଜିଲା ସିମୁଳିଆ ଥାନା ଅଡାବଜାର ନିକଟ​‌ରେ ଘଟିଛି। ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଅଡାବଜାରରେ ଥିବା ଏସବିଆଇର ଏକ ଏଟିଏମ୍‌କୁ ଭାଙ୍ଗି ଟଙ୍କା ଲୁଟ କରିଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ସିମୁଳିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧା : ଖୋର୍ଦ୍ଧା ଟାଉନ୍‍ ଥାନା ତୁଳସୀପୁରରେ ଏକ ଏଟିଏମରୁ ଲୁଟ ହୋଇଛି। ରବିବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ସୂଚନା ଅନୁଯାୟୀ ଦୁର୍ବୃତ୍ତମାନେ ଇଣ୍ଡିକେଶ ଏଟିଏମ୍‍ ଭିତରେ ପଶି ଭଙ୍ଗାରୁଜା କରିବା ସହ ଏଟିଏମ୍‍ ତାଡ଼ି ନେଇ ପଳାଇଥିବା ଜଣାପଡ଼ିଛି। ଏଟିଏମରେ କେତେ ଟଙ୍କା ଥିଲା ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଖୋର୍ଦ୍ଧା: ମଙ୍ଗଳବାର ବିଳମ୍ବିତ ରାତିରେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ବାଘମାରୀ ବଜାରରେ ଥିବା ଏଟିଏମରୁ ଲୁଟ ହୋଇଛି। ଦୁବୃର୍ତ୍ତମା‌ନେ ଏସବିଆଇର ଏକ ଏଟିଏମ ଭାଙ୍ଗି ଟଙ୍କା ଲୁଟ କରି ନେଇଛନ୍ତି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣା ପଡିନାହିଁ। ତେବେ ଏହି ଅଞ୍ଚଳରେ ଏପରି ଏଟିଏମ୍ ଲୁଟ ହୋଇଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ,...

ବହୁ ଚର୍ଚ୍ଚିତ ଖବର

Monday, May 27, 2019
ଓଡ଼ିଆ | English | हिंदी