ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ, ସେନାର ୨ ଜବାନ୍‌ ଆହତ

ଶ୍ରୀନଗର .- ଜାମ୍ମୁ ଓ କାଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ବାରମୁଲା ଓ ଶୋପିଆନ୍‌ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ନିହତ ହୋଇଥିବା ଜଣେ ଆତଙ୍କବାଦୀର ନାମ ମଞ୍ଜୁର ଭଟ୍ଟ ବୋଲି ଜଣା ପଡିଛି । ଜାମ୍ମୁ-କାଶ୍ମୀରରେ ହୋଇଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସେ ସାମିଲ୍‌ ଥିଲା । ଗୁଳି ବିନିମୟରେ ଦୁଇଜଣେ ଜବାନ୍‌ ଆହତ ହୋଇଛନ୍ତି ।

ସୋପୋରେ ୱାରପୋରାର ମଲମାପନପୋରା ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷା ବାହିନୀକୁ ଗୁଇନ୍ଦା ସୂଚନା ମିଳିଥିଲା। ଶନିବାର ଭୋର ସମୟରେ ସୁରକ୍ଷା ବାହିନୀ ସେଠାରେ ପହଞ୍ଚି ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରୁଥିବା ସୁରକ୍ଷା କର୍ମୀଙ୍କ ଉପରକୁ ଆତଙ୍କବାଦୀମାନେ ଗୁଳି ମାଡ଼ କରିଥିଲେ। ସୁରକ୍ଷା କର୍ମୀଙ୍କ ଜବାବୀ କାର୍ଯ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଏହି ଅଭିଯାନରେ ୨୨ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫ ଏବଂ ଏସଓଜି ସାମିଲ ହୋଇଛନ୍ତି।

Comments are closed.