ଲୁଧିଆନାରେ ସ୍ୱାଇନଫ୍ଲ୍ୟୁ ଆତଙ୍କ, ୭ ମୃତ

0

ଲୁଧିଆନା : ପଞ୍ଜାବର ଲୁଧିଆନା ସହରରେ ସ୍ୱାଇନଫ୍ଲ୍ୟୁ ଆତଙ୍କ ଦେଖାଦେଇଛି। ଲୁଧିଆନାରେ ଗତ ୨୪ ଦିନ ମଧ୍ୟରେ ସ୍ୱାଇନଫ୍ଲ୍ୟୁରେ ପ୍ରାୟ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୪୦ ଜଣ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ସରକାରୀ ଡାକ୍ତର ପରବିନ୍ଦର ପାଲ ସିଂହ ସିଧୁ କହିଛନ୍ତି ଯେ କିଛି ଦିନ ମଧ୍ୟରେ ୪୦ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା ଓ ସେଥିମଧ୍ୟରୁ ୨୦ ଜଣ ସ୍ୱାଇନପ୍ଲ୍ୟୁରେ ଆକ୍ରାନ୍ତ ଥିବା ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ମୃତ୍ୟୁ ଘଟିଛି। ତେଣୁ ରାଜ୍ୟ ସରକାର ଘରକୁ ଘର ଯାଇ ରକ୍ତ ନମୁନା ସଂଗ୍ରହ କରୁଛନ୍ତି ଓ ମାଗଣା ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ମୁଖା ପିନ୍ଧି ଘରୁ ପଦାକୁ ବାହାରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ସ୍ୱାଇନଫ୍ଲ୍ୟୁ ଏକ ଜୀବାଣୁଗତ ରୋଗ। ଏହା ବିଶେଷ କରି ଶ୍ୱାସ କ୍ରିୟାକୁ ପ୍ରଭାବିତ କରିଥାଏ। ଲୋକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥାନ୍ତି।

Leave A Reply