ଶ୍ବେତାଙ୍କ ମାତା ଅବତାର

0

ଜୟପୁର : ଅନେକ ଲୋକପ୍ରିୟ ଓଡ଼ିଆ ଆଲବମ୍ ରେ ଅଭିନୟ କରିଥିବା ଶ୍ୱେତା ମଲ୍ଲିକ ଗ୍ଲାମର ଦୁନିଆଠାରୁ ଦୂରେଇ ଯାଇ ମାତା ସାଜିଛନ୍ତି। ସେ ଏବେ ମାତା ମାହେଶ୍ୱରୀ ନାମରେ ପରିଚିତା। ବିଶ୍ୱ ମଙ୍ଗଳ କାମନା କରି ସେ ଏବେ ମହାଯଜ୍ଞ କରୁଛନ୍ତି।

ଜୟପୁର ସଦରଥାନା ଅନ୍ତର୍ଗତ ସଉରାଗୁଡ଼ା ସ୍ଥିତ ଶିରିଡ଼ି ସାଇ ମନ୍ଦିର ନିକଟରେ ହେଉଥିବା ଏକ ବିଶ୍ୱଶାନ୍ତି ମହାଯଜ୍ଞରେ ତାଙ୍କୁ ଦେଖିବାକୁ ମିଳିଥିଲା। ମାତା ମାହେଶ୍ୱରୀ ପଦ୍ମ ଆସନରେ ବସି ଏହି ପୂଜାରେ ଭାଗ ନେଇଛନ୍ତି। ତାଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଏପରିକି କେତେକ ଭକ୍ତ ତାଙ୍କଠାରୁ ଆଶୀର୍ବାଦ ନେଉଛନ୍ତି। ସେପଟେ ଅଭିନୟରୁ ଆଧ୍ୟାତ୍ମିକ ଜୀବନକୁ ଆସି ବେଶ୍ ଖୁସି ଅନୁଭବ କରୁଛନ୍ତି ବୋଲି ମାତା ମାହେଶ୍ୱରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଶ୍ୱେତା ମଲ୍ଲିକ୍ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଜଣେ ପରିଚିତ ଅଭିନେତ୍ରୀ। ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ଅନେକ ଲୋକପ୍ରିୟ ଆଲବମ୍ ରେ ଅଭିନୟ କରିଛନ୍ତି। ୨୦୦୦ ମସିହାରୁ ସେ ଗ୍ଲାମର ଜଗତରୁ ଦୂରେଇ ଯାଇଛନ୍ତି।

Leave A Reply