ଦୁଇଟି ଜେନେରେସନକୁ ନେଇ ପରଦାକୁ ଆସିବ ସୁଶାନ୍ତଙ୍କ “ଛିଛୋରେ”

0

ମୁମ୍ବଇ: ଏମ୍‍ ଏସ୍‍ ଧୋନୀ ଚଳଚ୍ଚିତ୍ରରୁ ବଲିଉଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବଲିଉଡର ହ୍ୟାଣ୍ଡସମ୍ ଏବଂ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଖୁବଶୀଘ୍ର ଦୁଇଟି ଜେନେରେସନକୁ ନେଇ ନିର୍ମାଣ ଚଳଚ୍ଚିତ୍ର “ଛିଛୋରେ” ମୁକ୍ତିଲାଭ କରିବ। ସେ ଏବେ ଏହି ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର “ସୋନେଚିଡିଆ” ମୁକ୍ତିଲାଭ କରିଥିଲା। ଯାହା ଦର୍ଶକଙ୍କୁ ସେତେଟା ପସନ୍ଦ ଆସିନାହିଁ।
“ଛିଛୋରେ” ଚଳଚ୍ଚିତ୍ରର କାହାଣୀ ବିଷୟରେ ଏଯାଏ କୌଣସି ସୂଚନା ଦିଆଯାଇନଥିଲେ ମଧ୍ୟ ଦୁଇଟି ଜେନେରେସନକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ହେଉଛି ବୋଲି ସୁଶାନ୍ତ ପୂର୍ବରୁ କହିଥିଲେ। ଚଳଚ୍ଚିତ୍ରର ସୁଟିଂ ସେଟରୁ ସୁଶାନ୍ତଙ୍କ ନୂଆ ଲୁକ୍ ର ଏକ ଫଟୋ ଲିକ୍ ହୋଇଛି। ସେହି ଦୁଇଟି ଲୁକ୍‌ ପୁରାପୁରି ଅଲଗା ଲାଗୁଛି। ପ୍ରଥମ ଫଟୋରେ ତାଙ୍କ ଦାଢ଼ି ନଥିବା ବେଳେ ଦ୍ୱିତୀୟ ଫଟୋରେ ଅଧିକ ଦାଢ଼ି ରଖିଥିବା ଦେଖାଯାଇଛନ୍ତି। ଦୁଇଟି ଜେନେରେସନକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ସୁଶାନ୍ତ ଯୁବ ଏବଂ ବୟସ୍କ ଚରିତ୍ରର ଫଟୋରେ ଦେଖାଯାଇଛନ୍ତି। ଅଭିଷେକ୍ ଚୌବେଙ୍କ ନିର୍ଦେଶନାରେ ନିର୍ମାଣ ହେଉଥିବା ଏହି ଚଳଚ୍ଚିତ୍ରରେ ସୁଶାନ୍ତଙ୍କ ବିପକ୍ଷରେ ନାୟିକା ସାଜିବେ ଶ୍ରଦ୍ଧା କପୁର। ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୩୦ରେ ମୁକ୍ତିଲାଭ କରିବ।

Leave A Reply