ସୁଷମାଙ୍କ ସ୍ମୃତିରେ: ଅସହାୟର ସାହା ସୁଷମା

ଦୁଷ୍ମନ୍ତ ମାର୍ଥାଙ୍କ ଆଲେଖ୍ୟ : ଅଗଷ୍ଟ ଛଅ ୨୦୧୯ ସମଗ୍ର ଦେଶ ଜମ୍ମୁକାଶ୍ମୀ ଧାରା ୩୭୦ ଉଚ୍ଛେଦର ଖୁସି ପାଳନ କରୁଥିବା ସମୟରେ ହଠାତ୍‍ ଗଣମାଧ୍ୟମରେ ପ୍ରସାରିତ ହେଲା ସୁଷମା ସ୍ୱରାଜ ଆଉ ନାହାନ୍ତି। ଆନନ୍ଦ ଉଲ୍ଲାସ ପାଳନ କରୁଥିବା ଭାରତୀୟମାନେ ଏହି ଦୁଃଖଦ ଘଟଣାରେ ମର୍ମାହତ ହେଲେ ଓ କହିଲେ ଅପୂରଣୀୟ ହୋଇ ରହିବ ସୁଷମାଙ୍କ ସ୍ଥାନ ।

ଭାରତ ମାତାର ଏହି ଅଦ୍ୟମ ସାହାସୀ କନ୍ୟା ଆଉ ହୁଏତ ମିଳିବା କଷ୍ଟ, ଏଭଳି କନ୍ୟା ସନ୍ତାନ ପାଇଁ ଭାରତ ମାତାର ଗୌରବ ବୃଦ୍ଧି ପାଇଛି। ସୁଷମା ସ୍ୱରାଜ ୧୪ ଫେବୃଆରୀ ୧୯୫୨ ମସିହାରେ ହରିଆନାର ଅମ୍ବାଲ କତାନ୍‍ ଠାରେ ଶ୍ରୀମତୀ ଲକ୍ଷ୍ମୀଦେବୀଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ । ପିତା ହାରଦେବ ଶର୍ମା ଜଣେ ଦକ୍ଷ ଓ ବିଶିଷ୍ଟ ବ୍ୟକ୍ତି ଭାବେ ଜଣାଶୁଣା ବା ପରିଚିତ ଥିଲେ । ସେ ବିଶ୍ୱ ହିନ୍ଦୁ ପରିଷଦର ଜଣେ ବିଶିଷ୍ଟ ବ୍ୟକ୍ତି ଭାବେ ଖ୍ୟାତି ଅର୍ଜନ କରିଥିଲେ । ସୁଷମା ସନନ୍ତ ଧର୍ମ ମହାବିଦ୍ୟାଳୟରୁ ସ୍ନାତକ ଡ଼ିଗ୍ରୀ ହାସଲ କରରିଥିଲେ। ସେ ସଂସ୍କୃତ ଓ ରାଜନୀତି ବିଜ୍ଞାନ ଜଣେ ଦକ୍ଷ ଛାତ୍ରୀ ଥିଲେ । ପରବର୍ତ୍ତୀ ସମୟରେ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ଅଧ୍ୟୟନ କରି ଡ଼ିଗ୍ରୀ ହାସଲ କରିଥିଲେ । ଅଧ୍ୟୟନ ଜୀବନରେ ତାଙ୍କ ମେଧା ପରିପ୍ରକାଶ କରିଥିଲା । ସେ ହରିୟାନାର ରାଜ୍ୟସ୍ତରୀୟ ଭାଷା ପ୍ରତିଯୋଗୀତାରେ ତିନି ବର୍ଷ ଧରୀ ହିନ୍ଦୀ ଭାଷାରେ ଶ୍ରେଷ୍ଟ ସ୍ଥାନ ଅଧିକାର କରିଥିଲେ।
ସେ ଏକ ଧାରାରେ ଜଣେ ଦକ୍ଷ ଓକିଲ, ରାଜନିତିକ, ସମାଜସେବୀ ଓ ମମତାର ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ସେ ୧୯୭୦ ମସିହାରେ ଭାରତର ସର୍ବୋଚ୍ଚ ଅଦାଲତରେ ଓକିଲାତି କାର୍ଯ୍ୟ ଆରମ୍ଭ କରିଥିଲେ। ସେ ୧୯୭୦ରେ ଅଖିଳ ଭାରତୀୟ ବିଦ୍ୟାପରିଷଦରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ତାଙ୍କର ସ୍ୱାମୀ ସ୍ୱରାଜ କୌଶାଲ ଜଣେ ଦକ୍ଷ ସମାଜବାଦୀ ନେତା ଥିଲେ। ସେ ମଧ୍ୟଜଣେ ଓକିଲ ଥିଲେ। ସେ ମାତ୍ର ୩୭ ବର୍ଷ ବୟସରେ ଭାରତର ଆଡଭୋକେଟ ଜେନେରାଲ ଓ ରାଜ୍ୟପାଳ ହୋଇଥିଲେ । ତେଣୁ ବାସ୍ତବରେ ସୁଷମାଙ୍କ ଉପରେ ତାଙ୍କ ପିତା ଓ ପତିଙ୍କ ଯଥେଷ୍ଟ ପ୍ରଭାବ ପଡିଥିଲା ।
ସୁଷମା ସ୍ୱରାଜ ତାଙ୍କର ରାଜନୈତିକ ଜୀବନ ଖୁବ କମ୍‍ ବୟସରେ ଆରମ୍ଭ କରିଥିଲେ। ୧୯୭୭ରେ ମାତ୍ର ୨୫ ବର୍ଷ ବୟସରେ ସେ ହରିୟାନା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୮୭ରେ ସେ ପୁନର୍ବାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ସେ ଜନତା ପାର୍ଟି ସରକାରରୁ ମୁଖ୍ୟମନ୍ତ୍ରୀ ଦେବୀଲାଲଙ୍କ ମନ୍ତ୍ରିମଣ୍ଡଳରେ ଶ୍ରମ ଓ ନିଯୁକ୍ତି କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପରବର୍ତ୍ତୀ ସମୟରେ ସେ ଜନତା ଦଳର ରାଜ୍ୟ ସଭାପତି ଭାବେ ୧୯୭୯ରେ ଦାୟିତ୍ୱ ତୁଲାଇ ଥିଲେ। ୧୯୮୩ ମସିହାରେ ଜନତା ଦଳ ଓ ଲୋକଦଳ ମିଳିତ ସରକାରରେ ସେ ହରିୟାନାର ଶିକ୍ଷାମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିଲେ। ଅକ୍ଟୋବର ୧୯୯୮ ମସିହା ରେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ଦୀଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଜାତୀୟ ରାଜନୀତିରେ ସୁଷମା ୧୯୯୦ ରୁ ୨୦୧୪ ମସିହା ଜୀବନ ଯାତ୍ରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ୨୦୧୪ ରୁ ୨୦୦୯ ପଞ୍ଚଦଶ ଲୋକସଭାର ବିରୋଧୀ ଦଳ ନେତା ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କର ବିଚକ୍ଷଣ ଦୂରଦୃଷ୍ଟି ଉଦାରମନୋଭାବ, ଜାତୀୟତାବାଦୀ ଚିନ୍ତାଧାରା ସମସ୍ତଙ୍କୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଫଳରେ ତାଙ୍କୁ ଜନତା କଂଗ୍ରେସର କ୍ଷମତା ସମୟରେ ବାରମ୍ବାର ଭାରତୀୟ ଜଜନତା ଦଳରୁ ନିର୍ବାଚିତ କରୁଥିଲେ। ସୁଷମା ବାସ୍ତବରେ ଜଣେ ସ୍ନେହମୟୀ ମା’ ଥିଲେ। ୨୦୧୪ ସାଧାରଣ ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ବୈଦେଶିକ ବ୍ୟାପାର କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ ନିଜ କୂଟନୈତିଜ୍ଞ ପାରଦର୍ଶିତାର ପ୍ରତିପାଦନ କରିଥିଲେ ।। ଯାହା ତାଙ୍କୁ କେବଳ ଭାରତ ନୁହେଁ ବିଶ୍ୱସ୍ତର ରେ ଜଣେ ଦକ୍ଷ ଆନୁଜାତୀୟ କୁଟନୈତିକ ଭାବେ ପରିଚିତ କରାଇଥିଲା।
ତାଙ୍କର ବଳିଷ୍ଠ ଯୁକ୍ତି ଆଗରେ ପାକିସ୍ତାନ, ଚିନି ଭଳି ଅନେକ ରାଷ୍ଟ୍ର ତାଙ୍କ କୂଟନୀତି ଆଗରେ ହାର ମାନିଛନ୍ତି । ଭାରତ-ଭୁଟାନ, ଭାରତ-ଇସ୍ରାଏଲ ସଂପର୍କ ସୁଧାରିବାରେ ସୁଷମାଙ୍କ ଭୂମିକ ଗୁରୁତ୍ୱପୂର୍ଣ୍ଣ ଥିଲା । କୁଳଭୂଷଣ ମାମଲାରେ ତାଙ୍ଗ ଦକ୍ଷ କୂଟନୀତି ଯୋଗୁଁ ହରିଶ ସାଲଭେଙ୍କ ତତ୍ୱାବଧାନରେ ଆନ୍ତର୍ଜାତୀକ ନ୍ୟାୟାଳୟ (ଆଇସିଜେ)ରେ ଭାରତର ବିଜୟ ହୋଇଥିଲା । କୁଳଭୂଷଣଙ୍କ ମୃତ୍ୟୁଦଣ୍ଡା ଦେଶରେ ରହିତାଦେଶ ଲାଗିଥିଲା । ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କ ପାଇଁ ସେ ଦେବଦୂତ ସାଜିଥିଲେ । ହମିଦ ଅନସାରୀଙ୍କୁ ପାକିସ୍ଥାନରୁ ମୁକ୍ତ କରବା, ୨୦୧୭ ମସିହାରେ ଆଫଗାନିସ୍ତାନ କାବୁଲରୁ କଲକାତାର ଝିଅ ଜୁଦିତ୍‍ ନିସୋଜାଙ୍କୁ ସ୍ବଦେଶକୁ ଫେରାଇ ଆଣିବା, ୨୦୧୨ ଅଗଷ୍ଟ ମାସରେ ଫାଇଜାନି ପଟେଲ୍‍ଙ୍କ ଟାଇପ୍‍ ମେସେଜ ପଢ଼ି ତାଙ୍କୁ ସୁବିଧା ଯୋଗାଇବା ବାସ୍ତବରେ ତାଙ୍କୁ ଜଣେ ସ୍ନେହୀ ଓ ମମତାମୟୀ ନାରୀ ରୂପେ ପ୍ରତିପାଦିତ କରିଛି ।
ହେ ମହାନ ଆତ୍ମ। ତୁମକୁ ଏ ଭାରତ ବର୍ଷ ଜନ୍ମଦେଇ ଗୌରବ ଅନୁଭବ କରିଛି। ବିଦେଶୀ ସଂସ୍କୃତିର ପ୍ରଭାବ ତୁମର ଚାଲି ଚଳଣୀକୁ ପରିବର୍ତ୍ତନ କରିପାରିନି। ତୁମେ ସେହି ଭଳି ମଥାରେ ସିନ୍ଦୁର ହାତରେ ଚୁଡ଼ି ଆଉ ଆପାଦ ଳମ୍ବିତ ବସ୍ତ୍ର ପରିଧାନନ କର ନାରୀଶକ୍ତିର ମୂର୍ତ୍ତୀମନ୍ତ ପ୍ରତୀକଥିଲ । ସତରେ ତୁମେ ମା’ ଅନ୍ତହୀନ ସୁଷମା ହୋଇ ସଦାସର୍ବଦା ଆମ୍ଭମାନଙ୍କର ଆଦର୍ଶ ହୋଇରହିବ। ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ଆମ୍ଭର ପ୍ରର୍ଥନା ତୁମର ଆତ୍ମାର ସଦ୍‍ଗତି ହେଉ।

ଦୁଷ୍ମନ୍ତ ମାର୍ଥା
ଅଧ୍ୟାପକ, ରାଜନୀତି ବିଜ୍ଞାନ
ସରକାରୀ ସ୍ୱୟାଂଶାସ୍ମିତ ମହାବିଦ୍ୟାଳୟ ଫୁଲବାଣି

Comments are closed.