ନୂଆବର୍ଷର ପ୍ରଥମ ସପ୍ତାହରେ ସୂର୍ଯ୍ୟପରାଗ

0

ନୂଆବର୍ଷ ୨୦୧୯ରେ ତିନି ଥର ସୂର୍ଯ୍ୟପରାଗ ଓ ଦୁଇ ଥର ଚନ୍ଦ୍ର ଗ୍ରହଣ ହେବ । ଜ୍ୟୋତିଷ ପ୍ରଶାନ୍ତ କୁମାରଙ୍କ ଗଣନା ଅନୁଯାୟୀ, ସୂର୍ଯ୍ୟପରାଗରୁ ନୂଆବର୍ଷର ଆରମ୍ଭ ହେବ । ଜାନୁୟାରୀ ୬ ତାରିଖ ହେଉଛି ଆସନ୍ତା ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଦ୍ବିତୀୟ ସୂର୍ଯ୍ୟପରାଗ ଜୁଲାଇ ୨ରୁ ୩ ମଧ୍ୟରେ ପଡିବ । ହେଲେ ଏହି ଦୁଇଟି ସୂର୍ଯ୍ୟପରାଗ ଭାରତରେ ଦେଖା ଦେବ ନାହିଁ । ତୃତୀୟ ସୂର୍ଯ୍ୟପରାଗ ଡିସେମ୍ବର ୨୬ରେ ହେବ, ଯାହା ଭାରତରେ ଦେଖା ଦେବ ।

ସେହିପରି ଜାନୁୟାରୀ ୨୧ ତାରିଖରେ ନୂଆବର୍ଷରେ ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ହେବ । ଦ୍ବିତୀୟ ଚନ୍ଦ୍ର ଗ୍ରହଣ ଜୁଲାଇ ୧୬ ଏବଂ ୧୭ ମଧ୍ୟାନ୍ତର ହେବ । ଏହା ଭାରତରେ ଦେଖାଦେବ।

ଏହି ରାଜ୍ୟର ହେବ ପ୍ରଗତି

ଜ୍ୟୋତିଷ ଗଣନା ଅନୁଯାୟୀ ନୂଆବର୍ଷ ବିହାର ରାଜ୍ୟ ପାଇଁ ଭାଗ୍ୟଶାଳୀ ହୋଇପାରେ । ୨୦୧୯ରେ ବିହାରର ପ୍ରଗତି ହେବ ବୋଲି ଜ୍ୟୋତିଷଶାସ୍ତ୍ର ଗଣନାରୁ ଜଣାପଡିଛି ।

ଆଲେଖ୍ୟ: ବୈଜୟନ୍ତୀ ନାୟକ

Leave A Reply