ଜାଣନ୍ତୁ, ରାଶି ଉପରେ ସୂର୍ଯ୍ୟ ପରାଗର ପ୍ରଭାବ

0

୧୩ ଜୁଲାଇ ୨୦୧୮ରେ ବର୍ଷର ଦ୍ୱିତୀୟ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ। ଏହା ଓଡିଶାରେ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ଅନୁସାରେ ସୂର୍ଯ୍ୟ ପରାଗ ସକାଳ ୭.୧୮ମିନିଟରୁ ଆରମ୍ଭ ହୋଇ ୯.୪୩ମିନିଟରେ ସମାପ୍ତ ହେବ। ସୂର୍ଯ୍ୟପରାଗର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିବାକୁ ଥିବାରୁ ସେହି ରାଶିର ବ୍ୟକ୍ତିମାନଙ୍କ ଶୁଭ ଓ ଅଶୁଭ ଫଳ ପଡ଼ିବ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟ ପରାଗରେ କେଉଁ ରାଶି ଉପରେ କି ପ୍ରକାର ପ୍ରଭାବ ରହିବ..


ମେଷ: ସୂର୍ଯ୍ୟ ପରାଗ ଆପଣଙ୍କୁ ଆର୍ଥିକ ଲାଭ ପ୍ରଦାନ କରିବ। ସୁଖଶାନ୍ତିର ସହ ଦିନଟି କଟିବ। ଏହାସହ ସମାଜରେ ସମ୍ମାନ ପ୍ରାପ୍ତି ହେବ।
ବୃଷ: କିଛି ଅସୁବିଧାରେ ପଡ଼ି ପାରନ୍ତି। ଆୟ ତୁଳନାରେ ବ୍ୟୟ ବଢିବ। ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ମିଥୁନ: ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଷ୍ଟ ପାଇବେ। ଗାଡି ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ। ଅନ୍ୟ ଉପରେ ଅଧିକ ବିଶ୍ୱାସ କରିବା ବୋକାମୀ ହେବ। ଧନ ଲାଭ ହେବାର ସମ୍ଭାବନା ରହିଛି।
କର୍କଟ: ଆର୍ଥିକ ସ୍ଥିତି ସାମାନ୍ୟ ଭଲ ରହିବ। କାହା ସହ ଝଗଡା କରିବାରୁ ନିବୃତ୍ତ ରୁହନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଚେତନ ରୁହନ୍ତୁ।


ସିଂହ: ଇଚ୍ଛା ଶକ୍ତି ଓ ସାହସ ବୃଦ୍ଧି ପାଇବ। ଅସଫଳ କାମକୁ ସଫଳତା ପର୍ଯ୍ୟନ୍ତ ପହଞ୍ଚାଇ ପାରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ଅସନ୍ତୋଷ ଭାବ ବଢିବାରେ ଲାଗିବ। ପାରିବାରିକ ସମସ୍ୟା ଲାଗି ରହିବ। କିନ୍ତୁ ବ୍ୟବସାୟରେ ଲାଭ ପାଇବେ।
ତୁଳା: ଏହି ସମୟରେ ଶକ୍ତିର ସହ କାର୍ଯ୍ୟ କଲେ ମଧ୍ୟ ଅସଫଳ ରହିବେ। ପାରିବାରିକ ଜୀବନ ଓ ପ୍ରେମ ସମ୍ପର୍କରେ ସମସ୍ୟା ଦେଖାଦେବ। ଲାଭ ଓ ସଫଳତା ଦିଗରେ ସମସ୍ୟା ଉପୁଜିବ।
ବିଛା: ଆପଣ ଉନ୍ନତି ଦିଗକୁ ଅଗ୍ରସର ହେବା ସହ ସଫଳତାରେ ମଧ୍ୟ ପହଞ୍ଚି ପାରିବେ। ସମସ୍ତ କ୍ଷେତ୍ରରେ ଖୁସି ରହିବେ। ସଫଳତା ପ୍ରାପ୍ତି ପାଇଁ ଖୁସି ଓ ସନ୍ତୋଷ ରହିବେ।


ଧନୁ: ଜୀବନଶୈଳୀ ସହ ସଂର୍ଘଷ କରିବାକୁ ପଡିବ। ଜୀବନସାଥୀ ସହ ମଧ୍ୟ ଝଗଡା ହୋଇପାରେ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଉପୁଜି ପାରେ।
ମକର: ଅସୁବିଧାର ସାମନା କରିବାକୁ ହେବ। ଧନହାନି ହୋଇପାରେ। ବିରକ୍ତିଭାବ ପ୍ରକାଶ ପାଇପାରେ।
କୁମ୍ଭ: ଦୁଶ୍ଚିନ୍ତା ବଢିିବା ସହ ଅସୁବିଧା ମଧ୍ୟ ବଢିବ। ଦୂରସ୍ଥାନକୁ ଯାତ୍ରା କରିବା ଦ୍ୱାରା କଷ୍ଟ ପାଇ ପାରନ୍ତି। ଜୀବନ ଅତ୍ୟନ୍ତ ସଂଘର୍ଷମୟ ହୋଇଯିବ।
ମୀନ: ଅତ୍ୟନ୍ତ ଶୁଭଫଳ ପ୍ରାପ୍ତ ହେବ। ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ପାଇ ପାରିବେ। ଚାକିରୀ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ହେବ।

Leave A Reply