ସମ୍ବିଧାନ ଠାରୁ ଉପରେ ଭଗବାନ : ବିଜେପି ବିଧାୟକ ସୁରେନ୍ଦ୍ର ସିଂହ

0

ନୂଆଦିଲ୍ଲୀ : ବିଜେପିର ବିଧାୟକ ସୁରେନ୍ଦ୍ର ସିଂହ ନିଜର ବିବାଦୀୟ ବୟାନ ପାଇଁ ସବୁସମୟରେ ଚର୍ଚ୍ଚାରେ ରହିଆସିଛନ୍ତି। ସେ କହିଛନ୍ତି ଭଗବାନ ସମ୍ବିଧାନ ଠାରୁ ଉପରେ।
ଉତ୍ତରପ୍ରଦେଶର ଏକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହିନ୍ଦୁତ୍ୱବାଦୀ ନେତା କହିଛନ୍ତି। ଏହି ଦୁଇ ନେତାଙ୍କ ଶାସନ ସମୟରେ ଯଦି ରାମମନ୍ଦିର ନିର୍ମାଣ ନ କରାଯିବ ତାହେଲେ ଏହା ଦୁର୍ଭାଗ୍ୟପୁର୍ଣ୍ଣ। ନରେନ୍ଦ୍ର ମୋଦୀ ଜଣେ ମହାନ ହିନ୍ଦୁତ୍ୱବାଦୀ ପ୍ରଚାରକ ଓ ଯୋଗୀ ଆଦିତ୍ୟନାଥ ହିନ୍ଦୁତ୍ୱବାଦୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାମମନ୍ଦିର ନିର୍ମାଣ ହେବା ଦରକାର ବୋଲି ସେ କହିଛନ୍ତି।
ବାବରୀ ମସଜିଦ୍‍କୁ ଭାରତର କହୁଥିବା ବ୍ୟକ୍ତିଙ୍କ ଦେଶପ୍ରେମ ଏବଂ ଭାରତୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ମଧ୍ୟ ସେ କହିଛନ୍ତି।

Leave A Reply