ପରୀକ୍ଷାର୍ଥୀ ଦେଖିପାରିବେ ଉତ୍ତରଖାତା:ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ଏଣିକି ପରୀକ୍ଷାର୍ଥୀମାନେ ସେମାନଙ୍କ ଉତ୍ତରଖାତା ଦେଖିପାରିବେ। ସୁପ୍ରିମକୋର୍ଟ ଏହି ମର୍ମରେ ଆଜି ଉତ୍ତର ପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ଏହି ପ୍ରସଙ୍ଗରେ ଆଲ୍ଲାହାବାଦ୍‍ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି।
ଜଷ୍ଟିସ୍‍ ମଦନ ବି ଲୋକୁର ଓ ଜଷ୍ଟିସ୍‍ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଅବସରରେ କହିଛନ୍ତି ଯେ ପରୀକ୍ଷାର୍ଥୀମାନେ ସେମାନଙ୍କ ଉତ୍ତରଖାତା ସୂଚନା ଅଧିକାର ଆଇନ୍‍ ବଳରେ ଦେଖିବାର ଅଧିକାର ଅଛି। ଏହାଦ୍ୱାରା କୌଣସି ସରକାରୀ ପ୍ରକ୍ରିୟାରେ ବିଭ୍ରାଟ ଘଟିବାର ସମ୍ଭାବନା ନାହିଁ। କିନ୍ତୁ ପରୀକ୍ଷକଙ୍କ ନାମ ଗୋପନ ରଖିବା ପାଇଁ କର୍ତ୍ତୃପକ୍ଷ ଯତ୍ନବାନ ହେବେ। ମୃଦୁଳା ମିଶ୍ର ନାମ୍ନୀ ଜଣେ ଆବେଦନକାରୀଙ୍କ ମାମଲାର ବିଚାର ବେଳେ ସର୍ବୋଚ୍ଚ ଅଦାଲତ ଉପରୋକ୍ତ ରାୟ ଦେଇଛନ୍ତି।

Leave A Reply