ଲୋକଙ୍କ ପାଇଁ ଚିନ୍ତା ନାହିଁ ତ କ୍ଷମତା ଛାଡ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରରେ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ କରିବା କ୍ଷେତ୍ରରେ ବିଫଳତା ପାଇଁ କର୍ତ୍ତୃପକ୍ଷମାନଙ୍କୁ ଦାୟୀ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଜଷ୍ଟିସ୍‍ ଅରୁଣ ମିଶ୍ରଙ୍କ ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି, ଯଦି ସରକାରୀ ସଂସ୍ଥାଗୁଡ଼ିକ ଲୋକମାନଙ୍କ ପାଇଁ ଚିନ୍ତା କରୁନାହାନ୍ତି ତାହେଲେ ସେମାନେ କ୍ଷମତାରେ ରହିବା ଲାଗି କୌଣସି ଅଧିକାର ନାହିଁ। ରାଜ୍ୟ ସରକାରମାନଙ୍କୁ ତୀବ୍ର ସମାଲୋଚନା କରି ସୁପ୍ରିମକୋର୍ଟ କହିଛନ୍ତି, ଜନକଲ୍ୟାଣ ସରକାରର ମୂଳ ଆଧାରକୁ ରାଜ୍ୟମାନେ ଭୁଲି ଯାଇଛନ୍ତି ଏବଂ ସେମାନେ ଗରିବ ଲୋକମାନଙ୍କ ବିଷୟରେ ଭାବୁନଥିବା ଅତ୍ୟନ୍ତ ଦୁଃଖର ବିଷୟ। ଖଣ୍ଡପୀଠ କହିଛନ୍ତି, କୃଷକମାନଙ୍କଠାରୁ ରାଜ୍ୟ ସରକାରମାନେ କାହିଁକି ଫସଲର ଅବଶିଷ୍ଟାଂଶ ସଂଗ୍ରହ କରୁନାହାନ୍ତି କିମ୍ବା କିଣୁନାହାନ୍ତି।

ଖଣ୍ଡପୀଠ ଏକଥା ମଧ୍ୟ କହିଛନ୍ତି, ଏହା କୋଟି କୋଟି ଲୋକଙ୍କ ଜୀବନ ଓ ମୃତ୍ୟୁ ସହ ସଂଶ୍ଳୀଷ୍ଟ ଥିବାରୁ ସରକାରମାନଙ୍କୁ ଏଥିପାଇଁ ନିଶ୍ଚିତ ଦାୟୀ କରାଯିବ।

Comments are closed.