ଯୋଗାଣ ଅଧିକାରୀଙ୍କୁ ୨୫ ହଜାର ଟଙ୍କା ଜୋରିମାନା

ଭଦ୍ରକ: ସୂଚନା ଅଧିକାର ଆଇନକୁ ଠିକ ଭାବରେ ପାଳନ କରିନଥିବାରୁ ଚାନ୍ଦବାଲି ବ୍ଲକର ପୂର୍ବତନ ଯୋଗାଣ ବିଭାଗ ଅଧିକାରୀ ରେବତୀ ସିଂ ନାୟକଙ୍କ ଉପରେ ୨୫ହଜାର ଟଙ୍କା ଜୋରିମାନା କରାଯାଇଛି। ସେ ଏହି ଅର୍ଥକୁ ଟ୍ରେଜେରୀରେ ଜମା କରିବେ। ଅର୍ଥ ଜମା ନକଲେ ତାଙ୍କ ଦରମାରୁ ୧୦ଟି କିସ୍ତିରେ ଏହି ଅର୍ଥ ଆଦାୟ କରାଯିବ ବୋଲି ଜଣାପଡିଛି। ସେ ଏବେ ଭଣ୍ଡାରୀପୋଖରୀ ବ୍ଲକରେ କାର୍ଯ୍ୟରତ।

ମିଳିଥିବା ସୂଚନା ମୁତାବକ ଚାନ୍ଦବାଲି ବ୍ଲକର ପ୍ରଶାନ୍ତ କୁମାର ଦାସ ସୁଚନା ଅଧିକାର ଆଇନ ବଳରେ ଯୋଗାଣ ସାମଗ୍ରୀ ବଣ୍ଟନ ବିଷୟରେ ତଥ୍ୟ ହାସଲ ପାଇଁ ଆବେଦନ କରିଥିଲେ। ସେ ୭୨୫ ପୃଷ୍ଠା ଦସ୍ତାବିଜ ପାଇଁ ୧୪୫୦ଟଙ୍କା ମଧ୍ୟ ଜମା କରିଥିଲେ। ତେବେ ୩ ମାସ ମଧ୍ୟରେ ସୂଚନା ନ ପାଇବାରୁ ସେ ସୂଚନା କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ।

Comments are closed.