ଜୁନ ଶେଷ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା, ୨୪ରୁ ଯାଞ୍ଚ ଆବେଦନ

କଟକ: ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଥିବାବେଳେ ଅନେକ ଛାତ୍ରୀଛାତ୍ର ଏଥିରେ ଅକୃତକାର୍ଯ୍ୟ ହୋଇଛନ୍ତି। ଏହି ଛାତ୍ରୀଛାତ୍ରଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ଜୁନ ଶେଷ ସପ୍ତାହରେ ଏହି ପରୀକ୍ଷା କରିବାକୁ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି। ଫଳରେ ଛାତ୍ରୀଛାତ୍ରମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବା ସହ ଚଳିତ ଶିକ୍ଷାବର୍ଷରେ ଯୁକ୍ତ ୨ରେ ନାମ ଲେଖାଇ ଅଧ୍ୟୟନ କରିପାରିବେ।

ଅନ୍ୟପଟେ ମାଟ୍ରିକ ପରୀକ୍ଷା ଫଳାଫଳକୁ ନେଇ ବହୁ ଛାତ୍ରୀଛାତ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ସେମାନେ ପରୀକ୍ଷା ଖାତା ଯାଞ୍ଚ ପାଇଁ ଆବେଦନ କରିପାରିବେ। ଏଥିପାଇଁ ବୋର୍ଡ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ଆସନ୍ତା ୨୪ ତାରିଖରୁ ଛାତ୍ରୀଛାତ୍ରମାନେ ପରୀକ୍ଷା ଖାତା ଯାଞ୍ଚ ପାଇଁ ଆଦେନ କରିପାରିବେ। ୧୦ ଦିନ ପର୍ଯ୍ୟନ୍ତ ସେମାନେ ଅନ୍‌ଳାଇନରେ ଆବେଦନ କରିବେ। ମଧ୍ୟମା ପରୀକ୍ଷାର୍ଥୀମାନେ ମଧ୍ୟ ଯାଞ୍ଚ ପାଇଁ ଆବେଦନ କରିବେ। ତେବେ ସେମାନେ ଅଫ୍‌ଲାଇନ ଯୋଗେ ଆବେଦନ କରିବେ।

Comments are closed.