ପ୍ରବଳ ବର୍ଷା ମଧ୍ୟରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ଉତ୍‍କ୍ଷେପଣ

0

ଭୁବନେଶ୍ୱର: ପ୍ରବଳ ଝଡ଼ବର୍ଷା ସାଙ୍ଗକୁ ଅଶାନ୍ତ ସମୁଦ୍ର। ଏଭଳି ପାଣିପାଗ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାଲେଶ୍ୱର ଉପକୂଳ ଚାନ୍ଦିପୁର ଆଇଟିଆର ଲଞ୍ଚ ପ୍ୟାଡ଼ରୁ ଉତକ୍ଷେପଣ ହୋଇଛି ବିଶ୍ୱର ସବୁଠାରୁ ନିର୍ଭର ଯୋଗ୍ୟ ସୁପରସୋନିକ କ୍ରୁଜ୍‍ ମିସାଇଲ ବ୍ରହ୍ମୋସ। ସକାଳ ୧୦.୧୮ରେ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ନିଦ୍ଦିଷ୍ଟ ଲକ୍ଷ୍ୟକୁ ଉତକ୍ଷେପଣ କରାଯାଇ ଥିଲା। ପୂର୍ବରୁ ମେ ୨୧ରେ ଚାନ୍ଦିପୁରର ଏକ ଭ୍ରାମ୍ୟମାଣ ଲଞ୍ଚ ପ୍ୟାଡ଼ରୁ ବ୍ରହ୍ମୋସ କ୍ଷେପଣାସ୍ତ୍ରର ଉତକ୍ଷେପଣ କରାଯାଇ ଥିଲା। ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ଭାରତୀୟ ସେନାର ଆର୍ମି, ନେଭି ଓ ଏୟାରଫୋର୍ସରେ ସାମିଲ କରାଯାଇଛି। ବ୍ରହ୍ମୋସ କ୍ଷେପଣାସ୍ତ୍ରର ତୀବ୍ର ବେଗକୁ ଶତ୍ରୁପକ୍ଷର ର୍ୟାଡ଼ାର ଠାବ କରିବା ପୂର୍ବରୁ ଏହା ନିଦ୍ଦିଷ୍ଟ ଲକ୍ଷ୍ୟକୁ ଭେଦ କରିବାର କ୍ଷମତା ରହିଛି। ଭାରତ-ଋଷର ମିଳିତ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ସ୍ଥାଳ, ଜଳ ଓ ଆକାଶ ମାର୍ଗରେ ବ୍ୟବହାର କରାଯାଇ ପାରେ। ବ୍ରହ୍ମୋସର କ୍ଷମତାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏହାର ସମୟସୀମାକୁ ୧୦ବର୍ଷରୁ ବୃଦ୍ଧି କରି ୧୫ବର୍ଷ କରିଛନ୍ତି।

ନାମକରଣ : ଭାରତର ବ୍ରହ୍ମପୁତ୍ର ନଦୀ ଏବଂ ରୁଷର ମୋସ୍କାୱାର ସମିଶ୍ରଣରେ ଏହି କ୍ଷେପଣାସ୍ତ୍ରର ନାମ ବ୍ରହ୍ମୋସ ରଖା ଯାଇଛି। ଏହା ଭାରତ ଏବଂ ରୁଷର ଏକ ମିଳିତ ପ୍ରକଳ୍ପ।
ବିଶେଷତ୍ୱ :
-ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ସ୍ଥଳପଥ, ଜାହାଜ,ଏୟାରକ୍ରାଫ୍ଟ ଏବଂ ବୁଡା ଜାହାଜରୁ ଉତ୍‍କ୍ଷେପଣ କରାଯାଇ ପାରିବ।
– ବ୍ରହ୍ମୋସ କ୍ଷେପଣାସ୍ତ୍ରର ଗତି ଆମେରିକା ସେନା ବାହିନୀର କ୍ଷେପଣାସ୍ତ୍ର ଟାମହାକ୍‍ ଠାରୁ ଚାରିଗୁଣ ଅଧିକ।
– ସ୍ଥଳପଥ ଓ ଜାହାଜରୁ ବ୍ରହ୍ମୋସକୁ ଉତକ୍ଷେପଣ କଲେ ଏହା ୨୦୦ କିଗ୍ରା ଯୁଦ୍ଧ ସାମଗ୍ରୀ ବହନ କରି ନେଇ ପାରିବ।
– ଏୟାରକ୍ରାଫ୍ଟରୁ ବ୍ରହ୍ମୋସକୁ ଉତକ୍ଷେପଣ କଲେ ଏହା ୩୦୦ କିଗ୍ରା ଯୁଦ୍ଧ ସାମଗ୍ରୀ ବହନ କରି ନେଇ ପାରିବ।

Leave A Reply