ଋଷ୍‌ ,ସଫଳତାର ସହ ପରୀକ୍ଷା କଲା ନୂଆ ହାଇପର ସୋନିକ କ୍ଷେପଣାସ୍ତ୍ର

0

ମସ୍କୋ . – ଋଷ୍‌ ସଫଳତାର ସହ ପରମାଣୁ ଅସ୍ତ୍ର ବହନ କରିପାରୁ ଥିବା  ନୂଆ ହାଇପରସୋନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ‘ଆଭାନଗାର୍ଡ’ ନାମକ ଏହ ହାଇପରସୁପରସୋନିକ କ୍ଷେପଣାସ୍ତ୍ର ବିଶ୍ୱର ଯେ କୌଣସି ସ୍ଥାନକୁ ଲକ୍ଷ୍ୟ ଭେଦ କରିପାରିବ ।

ଆମେରିକାର ସମସ୍ତ ସ୍ଥାନ ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ପରିସୀମା ମଧ୍ୟରେ ଆସୁଛି । ଆମେରିକାର  ପ୍ରତିରକ୍ଷାୀ ପ୍ରଣାଳୀ ଏହି ସୁପରସୋନିକ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଅକ୍ଷମ ବୋଲି ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି । ଏହା ଋଷ୍‌ ବାସୀଙ୍କ ପାଇଁ ନୂଆ ବର୍ଷର  ଉପହାର ବୋଲି ସେ ପ୍ରକାଶ କରିଛନ୍ତି । ‘ଆଭାନଗାର୍ଡ’ର ପରୀକ୍ଷଣର ସିଧା ପ୍ରସାରଣ ପୁତିନ ଦେଖିଥିଲେ। କ୍ଷେପଣାସ୍ତ୍ରଟି ୬,୦୦୦ ଦୂରରେ ଥିବା କାମଚାଟ୍କାର ଲକ୍ଷ୍ୟସ୍ଥଳରେ ଲକ୍ଷ୍ୟଭେଦ କରିଥିଲା ।

Leave A Reply