ରୁପ୍‌ସାଙ୍କୁ ‘ସୁପର ଡ୍ୟାନ୍ସର ଚାପ୍ଟର୍-୩’ ଟାଇଟଲ୍

ମୁମ୍ବଇ : କୋଲକତାର ୬ ବର୍ଷୀୟା ରୁପ୍‌ସା ବାଟବ୍ୟାଲ୍ ଓ ତାଙ୍କ ନୃତ୍ୟଗୁରୁ ନିଶାନ୍ତ ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ ନୃତ୍ୟଭିତ୍ତିକ ରିଆଲିଟି ଶୋ’ ‘ସୁପର ଡ୍ୟାନ୍ସର ଚାପ୍ଟର୍-୩’ର ବିଜେତା ହୋଇଛନ୍ତି। ରବିବାର ଶୋ’ର ଗ୍ରାଣ୍ଡ ଫିନାଲେରେ ରୁପ୍‌ସାଙ୍କୁ ବିଜେତା ଘୋଷଣା କରାଯିବା ସହ ଟ୍ରଫି ଓ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ସେହିପରି ଶୋ’ରେ ରୁପ୍‌ସାଙ୍କ ନୃତ୍ୟଗୁରୁ ନିଶାନ୍ତଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହାସହିତ ମୁମ୍ବଇର ତେଜସ୍ ବର୍ମା ଶୋ’ର ପ୍ରଥମ ରନର୍ସ ଅପ୍ ହୋଇଛନ୍ତି। ରୁପ୍‌ସା ତାଙ୍କ ଠାରୁ ବୟସରେ ବଡ଼ ୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି ଟାଇଟଲ୍ ହାସଲ କରିଛନ୍ତି।
ସୂଚନାଯୋଗ୍ୟ, ଶୋ’ରେ ଅନୁରାଗ ବାସୁ, ଶିଳ୍ପା ସେଟ୍ଟୀ ଏବଂ ଗୀତା କପୁର୍ ବିଚାରପତି ଦାୟିତ୍ବ ବହନ କରିଥିଲେ।

Comments are closed.