ଗୁରୁଦାସପୁରରୁ ଲଢ଼ିବେ ସନ୍ନି ଦେଓଲ

ନୂଆଦିଲ୍ଲୀ : ଚଳଚ୍ଚିତ୍ର ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ବିଜେପିରେ ଯୋଗ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି। ​‌େ​‌ସ କହିଛନ୍ତି ତାଙ୍କ ପିତା ତଥା ଅଭିନେତା ଧର୍ମେନ୍ଦ୍ର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସହିତ ସମ୍ପୃକ୍ତ ଥିଲେ। ଏବେ ସେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ସାମିଲ ହୋଇଛନ୍ତି। ବିଜେପି ପାଇଁ ନିଜ ସାମର୍ଥ୍ୟ ଅନୁସାରେ ସେ ସମସ୍ତ କାର୍ଯ୍ୟ କରିବେ। ସନ୍ନିଙ୍କ ସାବତ ମା’ ତଥା ଅଭିନେତ୍ରୀ ହେମା ମାଳିନୀ ମଧ୍ୟ ବିଜେପି ନେତ୍ରୀ। ସେ ଦଳୀୟ ଟିକଟରେ ମଥୁରାରୁ ନିର୍ବାଚନ ଲଢୁଛନ୍ତି। ବିଜେପିରେ ଯୋଗଦେବା ପରେ ସନ୍ନିଙ୍କୁ ପଞ୍ଜାବର ଗୁରୁଦାସପୁରରୁ ନିର୍ବାଚନ ଲଢିବା ଲାଗି ଟିକଟ ଦିଆଯାଇଛି। ସେହିପରି କିରନ ଖେରଙ୍କୁ ଚଣ୍ଡିଗଡରୁ ପ୍ରାର୍ଥୀ କରାଯାଇଛି। ଶନିବାର ସନ୍ନି ଦେଓଲ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଥିଲେ।

Comments are closed.