ଖରାରେ ବସିବାର ଉପକାରିତା

0

ନିକଟରେ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୧୬-୧୭ରେ ଦିଲ୍ଲୀରେ ୨୫%ରୁ ଅଧିକ ଲୋକେ ଭିଟାମିନ୍ ‘ଡି’ ଅଭାବଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଏହା ପଛର ମୁଖ୍ୟ କାରଣ ହେଉଛି ଦିଲ୍ଲୀରେ ଅସହ୍ୟ ଗରମ ଏପ୍ରିଲରୁ ଜୁଲାଇ ମଧ୍ୟରେ ଅନୁଭୂତ ହୋଇଥାଏ। ସେସମୟରେ ଅଧିକାଂଶ ବର୍ଗର ଲୋକେ ଶୀତତାପ ନିୟନ୍ତ୍ରିତ କକ୍ଷରେ ସମୟ ଅତିବାହିତ କରନ୍ତି। ସୂର୍ୟ୍ୟକିରଣର ସ୍ପର୍ଶ ଏମାନଙ୍କୁ ହୁଏନାହିଁ। ଏହି କାରଣରୁ ହିଁ ସେମାନେ ଭିଟାମିନ୍ ଡି ଅଭାବଜନିତ ରୋଗରେ ଆକ୍ରାନ୍ତ ​‌ହେଉଥିଲେ। ଏଣୁ ନିୟମିତ କିଛି ସମୟ ଖରାରେ ଅତିବାହିତ କଲେ ଏସବୁ ସମସ୍ୟାରୁ ମୁକ୍ତି ମଳିଥାଏ। ଚଳିତ ବର୍ଷ ଦିଲ୍ଲୀର କେତେକ କମ୍ପାନୀ କର୍ମଚାରୀଙ୍କ ସୁସ୍ଥତା ନିମନ୍ତେ ‘ଓପନ୍-ଏୟାର୍ ପ୍ରୋଜେକ୍ଟ’ର ଆରମ୍ଭ କରିଛି।​‌ ଏହା ଦ୍ବାରା କର୍ମଚାରୀମାନେ ବାହାର ବାତାବରଣ ସଂସ୍ପର୍ଶରେ ଆସିବେ। ଦୈନିକ ୧୦-୩୦ମିନିଟ୍ ପର୍ୟ୍ୟନ୍ତ ଯେପରି ସୂର୍ୟ୍ୟକିରଣ ସେମାନଙ୍କ ତ୍ବଚାକୁ ସ୍ପର୍ଶ କରୁ, ଏହା ହିଁ ମୁଖ୍ୟ ​‌ଯୋଜନା।

ପ୍ରତ୍ୟହ ଖରା ସଂସ୍ପର୍ଶରେ ଆସିଲେ, ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ। ଭଲଭାବେ ଜାଣିରଖନ୍ତୁ ଯେ ପାଶ୍ଚାତ୍ୟ ଦେଶର ଶ୍ବେତାଙ୍ଗଙ୍କ ତୁଳନାରେ ଆମ ଭାରତୀୟ ଶ୍ୟାମଳ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଅଧିକ।

ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକେ ଦୈନିକ ୧୫ ମିନିଟ୍ ସୂର୍ୟ୍ୟକିରଣରେ ଚଲାବୁଲା କରନ୍ତୁ। ସକାଳବେଳା ଏହା ସର୍ବୋତ୍ତମ।
ସୂର୍ୟ୍ୟରଶ୍ମିରେ ମିଳୁଥିବା ଭିଟାମିନ୍ ଡି ଶରୀରର ହାଡ଼ଗଣ୍ଠିକୁ ମଜବୁତ୍ କରିଥାଏ।

ଆମ ହୃଦଯନ୍ତ୍ର ମଧ୍ୟ ଉତ୍ତମ ଭାବେ କାର୍ୟ୍ୟ କରିଥାଏ। ସବୁବେଳେ ଶୀତତାପ ନିୟନ୍ତ୍ରିତ କକ୍ଷରେ ସମୟ ଅତିବାହିତ କରୁଥିବା ଲୋକଙ୍କୁ ହୃଦରୋଗ ହେବାର ଆଶଙ୍କା ଅଧିକ ବୋଲି ବିଶେଷଜ୍ଞଙ୍କ ମତ।

ତ୍ବଚା ସଂକ୍ରମଣ, ଯେପରି ବ୍ରଣ, ଆଲର୍ଜି ହେଲେ ପ୍ରାତଃଭ୍ରମଣ କଲେ ସେସବୁ ସମସ୍ୟା ଦୂର ହୁଏ।

ଏହା ସହ ସୂର୍ୟ୍ୟକିରଣରେ କିଛି ସମୟ କାମ କଲେ ଶରୀରରୁ ସେରୋଟୋନିନ୍ ନାମକ ହରମୋନ୍ ନିର୍ଗତ ହୁଏ। ଯାହା ଦ୍ବାରା ମସ୍ତିଷ୍କ ଶାନ୍ତ ରହୁଥିବାର ପରୀକ୍ଷାରୁ ଜଣାପଡ଼ିଛି।

Leave A Reply