ରବିବାର ରାଶିଫଳ

0

ମେଷ: ନିଜ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ରୋଜଗାର ଆଶାନୁରୂପ ହେବ। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।
ବୃଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଚକ୍ଷୁ ଯନ୍ତ୍ରଣା ଭୋଗିବାର ସୂଚନା ମିଳୁଛି। ଖର୍ଚ୍ଚାନ୍ତ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ।
ମିଥୁନ: ଭବିଷ୍ୟତ ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ବ୍ୟବସାୟ ଲାଭଜନକ ହେବ। ପତ୍ନୀଙ୍କ ସାହାଯ୍ୟ ମିଳିବ।
କର୍କଟ: ଅଭିଜ୍ଞତା ଅର୍ଜନ କରିପାରନ୍ତି। ଅଧିକ ପରିଶ୍ରମ କଲେ ବି, ତା’ର ମୂଲ୍ୟ ମିଳିବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
ସିଂହ: କାର୍ଯ୍ୟ ବିଳମ୍ବିତ ହୋଇପାରେ। ସେବା ଧର୍ମକୁ ଗୁରୁତ୍ବ ଦେବେ। ଭାଗ୍ୟଶାଳୀ ହେବେ। ହସଖୁସିରେ ଦିନଟି ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ।
କନ୍ୟା: ପରିବେଶର ଉନ୍ନତି ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଯଥାରେ ଖର୍ଚ୍ଚାନ୍ତ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତିପାଦପାତରେ ସତର୍କ ରହିବେ।
ତୁଳା: ସ୍ମରଣ ଶକ୍ତି ହାନି ଘଟିବାର ସମ୍ଭାବନା ଅଛି। ବନ୍ଧୁ ସୁଖ ମିିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ଆଗ୍ରହୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ଅର୍ଥ ମିଳିବ। ପତ୍ନୀଙ୍କ ପରାମର୍ଶ ବିଶେଷ ଉପାଦେୟ ହେବ।
ବିଛା: ଭାଇମାନଙ୍କ ମନ ଛୁଇଁବାକୁ ଚେଷ୍ଟା କରିବେ ଓ ସେମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଶାସ୍ତ୍ରଜ୍ଞ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ଓ ରାଜବଂଶ ପୂଜିତ ହେବେ।
ଧନୁ: ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ, ତେଜସ୍ବୀ ଓ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ।
ମକର: ମିଳି ଥିବା ସୁଯୋଗ ହରାଇ ପାରନ୍ତି। କଳହଠାରୁ ଦୂରେଇ ରହିବା ଆପଣଙ୍କ ପକ୍ଷେ ଭଲ। ଉଦାର ସ୍ବଭାବର ହେବେ। ଶୋଭନ ବ୍ୟକ୍ତିତ୍ବର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ରହିପାରନ୍ତି। କୃଷି କର୍ମକାରୀ ହେବେ।
କୁମ୍ଭ: ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ, ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ମିଳିବ।
ମୀନ: ବିଭିନ୍ନ ଦିଗରୁ ଧନଲାଭ ଦ୍ବାରା ଆୟରେ ବୃଦ୍ଧି ଘଟିବ। ସୌଭାଗ୍ୟଶାଳୀ ହେବେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।

Leave A Reply