ରବିବାର ବିଶେଷ; ଆପଣାନ୍ତୁ ଏହି ଉପାୟ ଶୁଭଫଳ ପ୍ରାପ୍ତି ସହ ହେବ ଧନର ବୃଦ୍ଧି

ବହୁ ସମୟରେ ଜୀବନରେ ଏପରି ପରିସ୍ଥିତି ଆସିଥାଏ, ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ କାର୍ଯ୍ୟରେ ସଫଳତା ମିଳିପାରି ନଥାଏ।  ଆଶାନୁରୂପକ ସଞ୍ଚୟ ଓ ଅର୍ଥ ରୋଜଗାର ମଧ୍ୟ ହୋଇପାରିନଥାଏ। ଆପଣଙ୍କର ଯଦି ଏଭଳି ସମସ୍ୟା ଲାଗି ରହୁଛି ତେବେ ରବିବାର ଦିନ କିଛି ଏଭଳି ଉପାୟ ଆପଣାନ୍ତୁ ଯାହା ଏହି ସମସ୍ୟାକୁ ଦୂର କରିଥାଏ। ସୁଖସମୃଦ୍ଧି ବୃଦ୍ଧି କରିଥାଏ। ଜାଣନ୍ତୁ ….
ଜୀବନରେ ସୁଖସମୃଦ୍ଧି ଓ ଧନ ବୃଦ୍ଧି ପାଇଁ ରବିବାର ଦିନ ଏକ ବଡ଼ ପତ୍ରରେ ନିଜ ମନସ୍କାମନା ଲେଖି ନଦୀ ଜଳରେ ଭସାଇ ଦିଅନ୍ତୁ। ଶ୍ରଦ୍ଧାଭାବ ସହ ଏହି ଉପାୟ କରିବା ଦ୍ୱାରା ମନସ୍କାମନା ନିଶ୍ଚୟ ପୂରଣ ହୋଇଥାଏ।
ଯଦି ଆପଣଙ୍କୁ ଧନ, ବୈଭବ ଓ ଯଶ ଚାହାଁନ୍ତି ତେବେ ରବିବାର ଦିନ ସୂର୍ଯ୍ୟ ଦେବତାଙ୍କ ସାଧନା ନିଶ୍ଚୟ କରନ୍ତୁ। ଏହି ଦିନ ସୂର୍ଯ୍ୟଦେବଙ୍କୁ ବିଧିବିଧାନ ସହ ପୂଜା କରନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ରବିବାର ଦିନ ସନ୍ଧ୍ୟାରେ ଅଶ୍ୱତ୍ଥ ବୃକ୍ଷ ତଳେ ଚାରି ମୁଖ କରି ୪ଟି ଦୀପ ଲଗାନ୍ତୁ। ଦୀପ ଗୁଡ଼ିକ ଅଟାରେ ପ୍ରସ୍ତୁତ ହୋଇଥିଲେ ଖୁବ ଶୁଭ। ଏପରି କରିବା ଦ୍ୱାରା ଧନବୃଦ୍ଧି ହୋଇଥାଏ।
ଆର୍ଥିକ ସମସ୍ୟା ଦୂର କରିବା ପାଇଁ ରବିବାର ଦିନ ଯେକୌଣସି ପୋଖରୀ ବା ନଦୀ ନିକଟକୁ ଯାଇ ମାଛକୁ ଦାନା ଖାଇବାକୁ ଦିଅନ୍ତୁ।
ରବିବାର ରାତିରେ ଶୋଇବା ପୂର୍ବରୁ ନିଜ ମୁଣ୍ଡ ପାଖରେ ଏକ ଗ୍ଲାସରେ କ୍ଷୀର ରଖନ୍ତୁ। ଏହାପର ଦିନ ଉଠି ସ୍ନାନ ଆଦି ସାରିବା ପରେ ବବୁଲ ବୃକ୍ଷ ( ଅଠା ଉତ୍ପାଦକ କୁସୁମ ଗଛ)ମୂଳରେ ଢାଳି ଦିଅନ୍ତୁ। ଏହି ଉପାୟ ୭ କିମ୍ବା ୧୧ ସପ୍ତାହ କରିବା ଦ୍ୱାରା ଶୁଭଫଳ ପ୍ରାପ୍ତି ସହ ଧନ ବୃଦ୍ଧି ହୋଇଥାଏ।

Comments are closed.