ରବିବାର ରାଶିଫଳ

0

ମେଷ: ବନ୍ଧୁ ସାନ୍ନିଧ୍ୟ ମିଳିବ ସତ; ମାତ୍ର ବହୁ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ମିଷ୍ଟଭାଷୀ ହେବେ। ବିଦ୍ୟାର୍ଥୀମାନେ ସହଜରେ କୃତିତ୍ୱ ଅର୍ଜନ କରିବେ।
ବୃଷ: ଗତିଶୀଳ ହେବାର ସୂଚନା ମିଳୁଛି। ଆୟ ଯଥେଷ୍ଟ ପରିମାଣର ହେବ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ଅର୍ଥ ସହିତ ସମ୍ମାନ ମିଳିବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମିଥୁନ: ପୈତୃକ ସମ୍ପତ୍ତିର ଉପୁଜି ଥିବା ବିବାଦର ସମାଧାନ ହେବ। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କର ସର୍ବ ମଙ୍ଗଳ ହେବ।
କର୍କଟ: ପରୋପକାରୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଅର୍ଥ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମାତ୍ମା ଓ ପ୍ରବାସପ୍ରିୟ ହୋଇପାରନ୍ତି। ବିଦ୍ୟାର୍ଥୀଙ୍କୁ ସଫଳ ମିଳିବ।
ସିଂହ: ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ମତ ଭେଦ ଘଟି ପାରେ। ଈର୍ଷା ପରିତ୍ୟାଗ କଲେ ସୁଫଳ ମିଳିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ବିଦ୍ୟାର୍ଥୀ ପ୍ରବଳ ଉଦ୍ୟମୀ ହେବେ।
କନ୍ୟା: କଳାବିଦ୍ୟା ପ୍ରତି ଆଗ୍ରହୀ ହେବେ। ମିତ୍ରମାନଙ୍କ ସାନ୍ନିଧ୍ୟ ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ନେଇ କାର୍ଯ୍ୟ କରିପାରନ୍ତି। ଧୈର୍ଯ୍ୟବାନ ହେବେ। ପାରିବାରିକ ସୁଖ ଅବ୍ୟାହିତ ରହିବ। ବିଦ୍ୟାର୍ଥୀ ବିଶେଷ ଉପକୃତ ହେବେ।
ତୁଳା: ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। ବଦଖର୍ଚ୍ଚୀ ହୋଇପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ। ଶରୀର ସୁସ୍ଥ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ମିଳିବ। ବିଦ୍ୟାର୍ଥୀ ଖୁସି ହେବେ।
ବିଛା: ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହେବ। ଗୁପ୍ତ ବିଦ୍ୟାରେ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନ ଲାଭ ହେବ। ବିଦ୍ୟାର୍ଥୀ ଲିଖନ ପଠନରେ ପାରଦର୍ଶୀ ହେବେ।
ଧନୁ: ଲେଖାପଢ଼ାରେ ଧୁରନ୍ଧର ହୋଇପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶରୀର ସୁସ୍ଥ ରହିବ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। କୃଷି କର୍ମକାରୀ ହେବେ। ବିଦ୍ୟାର୍ଥୀ ସଫଳ ହେବେ।
ମକର: ଚିନ୍ତାମୁକ୍ତ ହେବା ଆଶା କରାଯାଏ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ମନ ପ୍ରସନ୍ନ ରହିବ। ବିବାଦରେ ବିଜୟୀ ହେବେ। ଆସ୍ତିକ ଓ ବନ୍ଧୁ ବତ୍ସଳ ହେବେ। ବିଦ୍ୟାର୍ଥୀ ଖୁସି ହେବେ।
କୁମ୍ଭ: ଲୋକପ୍ରିୟତା ଅର୍ଜନ କରିବେ। ପରମ ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ବ୍ୟକ୍ତି ବିଶେଷ ଭାବେ ନିଜର ପରିଚୟ ସୃଷ୍ଟି କରିବେ। ମଧୁରଭାଷୀ ଓ ଶାନ୍ତି ପ୍ରିୟ ହେବେ। ବିଦ୍ୟାର୍ଥୀ ଉଦାର ଭାଷୀ ଓ ଶାନ୍ତିପ୍ରିୟ ହେବେ।
ମୀନ: ହସ ଖୁସିରେ ଦିନଟି ଅତିବାହିତ ହେବ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ଉପାର୍ଜନ ଅଧିକ ହୋଇପାରେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୟାର୍ଥୀ ପାରଙ୍ଗମ ହେବେ।

Leave A Reply