ରବିବାର ରାଶିଫଳ

0

ମେଷ: ପରିବାରଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ବ୍ୟବସାୟରୁ ସ୍ୱଳ୍ପ ଆୟର ସୂଚନା ମିଳୁଛି। ବିନୀତ ସ୍ୱଭାବର ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ବୃଷ: ବନ୍ଧୁ ମିଳନରେ ଉପକୃତ ହେବେ। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଆନନ୍ଦ ଉପଭୋଗ କରିବେ। ଉତ୍ତମ ଭୋଜନ ମିଳିବ।
ମିଥୁନ: ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଭୟଭୀତ କରାଉଥିବା ଶତ୍ରୁକୁ ପରାଜିତ କରିବାରେ ସକ୍ଷମ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ମିଳିବ। ଶୁଭକାର୍ଯ୍ୟ କରଣୀୟ ପରିଶୋଧ କରିବେ।
କର୍କଟ: ପୈତୃକ ସମ୍ପତ୍ତି ପାଇଁ ଲାଗିଥିବା ବିବାଦର ସମାଧାନର ସୂତ୍ର ମିଳିବ। ଧୈର୍ଯ୍ୟବାନ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ଖବର ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହୋଇପାରନ୍ତି।
ସିଂହ: ଚାକିରି କ୍ଷେତ୍ରରେ ମାନ ମର୍ଯ୍ୟାଦା ବୃଦ୍ଧି ପାଇବ। ବାଦାନୁବାଦର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଅଧିକ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟ ମିଳିବ। ଯାନବାହନ ସୁଖ ମିଳିପାରେ।
କନ୍ୟା: ଉଚ୍ଚ ମହଲରେ ପରିଚିତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦିଅଁ ଦର୍ଶନର ସୁଯୋଗ ଅଛି। ବିଭାଗୀୟ ସ୍ତରରୁ ଲାଭବାନ ହୋଇପାରନ୍ତି।
ତୁଳା: ଆଶାବାଦୀ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖାଦେଇ ପାରେ। ସାମାନ୍ୟ ଅର୍ଥ ପ୍ରାପ୍ତିରେ ଗୁଜୁରାଣ ମେଣ୍ଟାଇବା କଷ୍ଟପ୍ରଦ ହେବ। ରାଜବଂଶ ପୂଜିତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚଞ୍ଚଳମନା ହୋଇ କିଛି ଭୁଲ କରିପାରନ୍ତି।
ବିଛା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଅପ୍ୟାୟିତ ହେବେ। ପରିଶ୍ରମର ମୂଲ୍ୟ ମିଳିବ। ଆୟ ଭଲ ହେବ। ବନ୍ଧୁ ଓ ସରକାରୀ ସହାୟତାରେ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହୋଇପାରେ।
ଧନୁ: ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବ। ଆପଣଙ୍କ ପକ୍ଷେ ହିତକର ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଭାଷା ଓ ବ୍ୟବହାରରେ ସମସ୍ତଙ୍କ ମନ ନେବେ।
ମକର: ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି। ଆୟ ଆଶାନୁରୂପ ହୋଇପାରେ। ସରକାରୀ ସ୍ତରରୁ ସମ୍ମାନ ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥ ମିଳିବ।
କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ସୁ ସମ୍ବାଦ ପାଇ ଖସୁ ହୋଇପାରନ୍ତି। କର୍ମକ୍ଷେତ୍ରରେ ଆପଣଙ୍କ ଉଦ୍ୟମ ଓ ନିଷ୍ପତ୍ତି ପ୍ରଶଂସନୀୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାହରେ ବିଜୟୀ ହେବେ।
ମୀନ: କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ଶୀର୍ଷ ସ୍ଥାନକୁ ଯାଇପାରନ୍ତି।

Leave A Reply