ରବିବାର ରାଶିଫଳ

ମେଷ: ଦକ୍ଷତାର ସଦୁପଯୋଗ କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ପାରିବାରିକ ସୁଖ ମିଳିବ। ସମାଜ ସେବା ପ୍ରତି ଆଗ୍ରହୀ ହେବେ। ସୁଖ, ଧନ, ପୁତ୍ର, କଳତ୍ର ଓ ମିତ୍ରଯୁକ୍ତ ହେବେ। ଯାନବାହନ ସୁଖ ମିଳିବ। ଭାଇଙ୍କ ଉପରେ ବିପଦ ଅଛି।
ବୃଷ: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। ଭିନ୍ନ ଭିନ୍ନ ସୂତ୍ରରୁ ସହାୟତା ମିଳିବ। ବହୁଧନ, ପୁତ୍ର, ଉତ୍ତମ ବଂଶରୁ କନ୍ୟା ଲାଭ ହେବ। ସୁନ୍ଦର ଅବୟବ ଓ ସୁଖୀ ହୋଇପାରନ୍ତି। ଚନ୍ଦ୍ର ପାପଯୁକ୍ତ ହେତୁ କିଛିଟା ସମସ୍ୟା ଦେଖା ଦେବ।
ମିଥୁନ: ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ କରିବେ। ଧନଲାଭ ହେବାର ସୂଚନା ମିଳୁଛି। ଯେଉଁ ଭୋଜନ ମିଳିବ ସେଥିରେ ତୃପ୍ତିର ପ୍ରଶ୍ନ ଉଠୁ ନାହିଁ। ଚିନ୍ତାଧାରା ମହତ ହେଲେ ବି ବନ୍ଧୁ ସହାୟତା ମିଳିବା କଷ୍ଟସାଧ୍ୟ ହେବ। ସ୍ୱାସ୍ଥ୍ୟ ଭଲ ରହିବ।
କର୍କଟ: ଭ୍ରମଣ ଆନନ୍ଦଦାୟକ ହେବ। ପଥରୋଧ ଘଟିପାରେ। ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ଧନ-ଧାନ୍ୟ ବୃଦ୍ଧି ହେବାର ସୁଯୋଗ ଅଛି। ସରଳ ଓ ନିରାଡମ୍ବର ପ୍ରଦର୍ଶନ କରି ଲୋକମାନଙ୍କ ପ୍ରିୟଭାଜନ ହେବେ। ପ୍ରତ୍ୟେକ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଉଦ୍ୟମ କରିବେ।
ସିଂହ: ସମ୍ମାନିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ବିବାଦମୁକ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‍ ହେବେ। ସରକାରୀ ସ୍ତରରେ ନିଜର ପ୍ରଭାବ ବିସ୍ତାର କରିପାରନ୍ତି। ମାନସିକ ଅଶାନ୍ତି ଦୂର ହେବ।
କନ୍ୟା: ନିଜର ଦୁୁର୍ବଳତା ଅନୁଭବ କରି ସକ୍ରିୟ ହେବାକୁ ଉଦ୍ୟମ ଜାରି ରଖି ପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ସରକାରୀ ଅର୍ଥ ମିଳିପାରେ। ଉତ୍ତମ ଗୁଣର ଆଧାର ହୋଇପାରନ୍ତି। କିଛି କଷ୍ଟଭୋଗ କରି ଶତ୍ରୁ ବିନାଶ କରିବେ।
ତୁଳା: ପରିଶ୍ରମର ମୂଲ୍ୟ ମିଳିବ। ଶତ୍ରୁ ବିନାଶ କରିବେ। ଧନ ଭୋଗର ସୂଚନା ମିଳୁଛି। ଐଶ୍ୱର୍ଯ୍ୟଯୁକ୍ତ ହେବେ। ତେଜୀୟାନ୍‍ ହୋଇପାରନ୍ତି। ବାହୁରେ ପୀଡ଼ା ଉପୁଜି ପାରେ। କୁଳ ପ୍ରଧାନ ହେବେ। ମିଷ୍ଟାନ୍ନ ଭୋଜନ ମିଳିପାରେ। ଲାଗି ରହିଥିବା ଅସ୍ଥିରତା ଦୂର ହେବ।
ବିଛା: ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ଶୁଦ୍ଧଭାଷା ପ୍ରୟୋଗ କରି ବିଶିଷ୍ଟ ବ୍ୟକ୍ତିଙ୍କ ଦୃଷ୍ଟି ପଥାରୁଢ଼ ହେବେ। ଧନଶାଳୀ ହୋଇପାରନ୍ତି। ମୁକ୍ତା ସଂଗ୍ରହ କରିିପାରନ୍ତି। କାଠ, ଲୁହ, ପଥର ତୃଣ ଓ ଅଙ୍ଗାର ବ୍ୟବସାୟ ଲାଭଜନକ ହେବ।
ଧନୁ: କର୍ମକ୍ଷେତ୍ରରେ ଉପୁଜିଥିବା ଅଶାନ୍ତି ଦୂର ହେବ। ଆମୋଦ-ପ୍ରମୋଦରେ ସମୟ ବିତାଇ ପାରନ୍ତି। ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହୋଇପାରେ। ମୂଲ୍ୟବାନ୍‍ ଧାତୁ ଦ୍ରବ୍ୟ ପ୍ରାପ୍ତ ହେବେ। ବନ୍ଧୁ ସହାୟତା ମିଳିବ।
ମକର: ଦୃଢ଼ମନୋବଳ ନେଇ କାର୍ଯ୍ୟ କରିବେ। ସମୃଦ୍ଧିର ମୂଳଦୁଆ ପକାଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‍ ରହିବ। ଶ୍ରେଷ୍ଠପଦ-ପଦବୀରେ ଆସୀନ ହୋଇପାରନ୍ତି। ବିକ୍ରମୀ ହେବେ। ସନ୍‍ମାର୍ଗୀ ହେବେ। ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ।
କୁମ୍ଭ: ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ପ୍ରତିରୋଧକୁ ଏଡ଼ାଇ କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୁଯୋଗ ଜୁଟିଛି। ଯାନବାହାନ ସୁଖ ମିଳିପାରେ। ସରକାରୀ ଅର୍ଥ ମିଳିବ। ପ୍ରଚୁର ପରିମାଣର ଅର୍ଥାଗମ ହେବ।
ମୀନ: ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ନୀତିବାଦୀ ହେବେ। ବୁଦ୍ଧିମାନ୍‍ ହୋଇପାରନ୍ତି। ମହାପ୍ରତାପୀ ହେବେ। ଜନ ବଲ୍ଲଭ ଭାବେ ସର୍ବ ସାଧାରଣଙ୍କ ଠାରୁ ଆଦର ମିଳିବ। ଚତୁର ହେବେ। ଧନଯୁକ୍ତ ହୋଇପାରନ୍ତି।

Comments are closed.