ରବିବାର ରାଶିଫଳ

0

ମେଷ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ମନପ୍ରସନ୍ନ ରହିବ। ଆସ୍ତିକ ହେବେ। ଆପଣଙ୍କ କଥା ମଧୁମୟ ହେବ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ।
ବୃଷ: ବିଳମ୍ବିତ ହେଲେ ବି ଧନାଗମ ହେବ। ଭାଗ୍ୟଶାଳୀ ହେବେ। ବିଦେଶ ବାସିନ୍ଦା ହୋଇପାରନ୍ତି। ମିଷ୍ଟଭାଷୀ ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ସ୍ୱଭାବଯୁକ୍ତ ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିପାରନ୍ତି।
ମିଥୁନ: ଉପୁଜିଥିବା ଦ୍ୱନ୍ଦ୍ୱର ସୁ-ସମାଧାନ ହେବ। ବ୍ୟବସାୟମୁଖୀ ହେବେ। ନାନା ଐଶ୍ୱର୍ଯ୍ୟର ଅଧିକାରୀ ହେବେ। ମୋକଦ୍ଦମାରେ ଫଳାଫଳ ଆପଣଙ୍କ ସପକ୍ଷରେ ଯିବ। ଉତ୍ତମ ଭୋଜନ ମିଳିବ। ଆୟ ଯଥେଷ୍ଟ ପରିମାଣର ହେବ।
କର୍କଟ: ଜମିବାଡି ଉପରେ ମାଲିମୋକଦ୍ଦମା ହେବାର ସମ୍ଭାବନା ମିଳୁଛି। ଏଥିପାଇଁ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିବେ। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହେବେ।
ସିଂହ: କାର୍ଯ୍ୟରେ ସହାୟତା ମିଳିବ। ଆୟ ଉତ୍ତମ ଧରଣର ହେବ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ସୁଖ ଓ ଯାନ-ବାହନ ସୁଖ ମିଳିପାରେ। ବିଜ୍ଞାନୀ ହେବେ।
କନ୍ୟା: ଜଣେ ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।
ତୁଳା: କଥାର ଚାତୁର୍ଯ୍ୟାରେ ସମସ୍ତଙ୍କୁ ବଳି ଯାଇ ପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ ଓ ସାହସୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।
ବିଛା: ମନରେ ଅସ୍ଥିରତା ଦେଖା ଦେଇପାରେ। ସୁଖ ମିଳିବା କଷ୍ଟସାଧ୍ୟ ହେବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟବସାୟ ବହୁତ ଲାଭ ହୋଇପାରେ।
ଧନୁ: ବାକ୍‍ ସଂଯମୀ ହେଲେ ସବୁରି ପ୍ରିୟ ହୋଇପାରନ୍ତି। ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାପ୍ରତି ମନବଳାଇବେ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଲୋଡ଼ିବେ।
ମକର: ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଶକ୍ତିମାନ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ସୁନାମର ଅଧିକାରୀ ହେବେ।
କୁମ୍ଭ: ଉପଯୁକ୍ତ ପରାମର୍ଶଦାତା ଭାବେ ସାମାଜିକ ଆଦର ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ। ଧାର୍ମିକ ଓ ତେଜସ୍ୱୀ ହୋଇପାରନ୍ତି।
ମୀନ: ଯାତ୍ରା ଯୋଗ ଅଛି। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ ଧର୍ମକୁ ଆପଣେଇ ନେଇ ସୁଖ ଅନୁଭବ କରିବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। କୃଷିରୁ ଲାଭବାନ ହେବେ।

Leave A Reply