ରବିବାର ରାଶିଫଳ

ମେଷ: ବନ୍ଧୁ ମିଳନ ଆନନ୍ଦଦାୟକ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାରୀ ଧନ ପାଇ ଖୁସି ହେବେ। ଉତ୍ତମ ଗୃହରେ ବାସ କରିପାରନ୍ତି। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁକିଛି ମିଳିପାରେ। ସର୍ବଗୁଣ ସମ୍ପନ୍ନ ହୋଇପାରନ୍ତି।

ବୃଷ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ବହୁ ପରିଶ୍ରମ ପଡ଼ିଲେ ବି ତା’ର ମୂଲ୍ୟ ମିଳିବ। ଧନବାନ୍‌ ହେବେ। ସୌଭାଗ୍ୟଶାଳୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। ପର୍ଯ୍ୟଟନର ସୁଯୋଗ ସୃଷ୍ଟି ହୋଇଛି।

ମିଥୁନ: କାର୍ଯ୍ୟ ଫଳଦାୟକ ହେବ; ମାତ୍ର ବିଳମ୍ବିତ ହୋଇପାରେ। ପରିଶ୍ରମୀ ହୋଇପାରନ୍ତି। ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଚୌର ଭୟ ପାଇଁ ସତର୍କତା ଆବଶ୍ୟକ। ମନ ଅସ୍ଥିର ରହିବ। ସତର୍କତାର ଦିନ।

କର୍କଟ: ଋଣମୁକ୍ତ ହୋଇ ଆଶ୍ବସ୍ତ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟରେ କାରବାର ବୃଦ୍ଧି ହେବ। ବନ୍ଧୁ ବତ୍ସଳ ହୋଇପାରନ୍ତି। ସ୍ବର୍ଣ୍ଣାଦି ମୂଲ୍ୟବାନ ଧାତୁ ଦ୍ରବ୍ୟ ପାଇ ପାରନ୍ତି। ଭାଗ୍ୟବତୀ ପତ୍ନୀଙ୍କ ସହାୟତା ପାଇ ଖୁସି ହେବେ।

ସିଂହ: ବିବାଦୀୟ ଘଟଣାରୁ ନିଜକୁ ଦୂରେଇ ରହିବା ଆପଣଙ୍କ ପକ୍ଷେ ମଙ୍ଗଳଦାୟକ ହେବ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ବଳଶାଳୀ ହୋଇପାରନ୍ତି। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଭ୍ରାତୃଭାବ ଅତୁଟ ରହିବ।

କନ୍ୟା: ନିଜର ଚିନ୍ତାଧାରାକୁ ଦୃଢ଼ୀଭୂତ କରିପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିବାର ସୁଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। ଚଞ୍ଚଳ ଚେଷ୍ଟିତ ହେବେ। ତେଜୀୟାନ ଓ ଉତ୍ତମ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି।

ତୁଳା: ପର ପାଇଁ ଦାୟୀ ହୋଇପାରନ୍ତି। ସହଯୋଗ ମିଳିବା କଷ୍ଟକର ହୋଇପାରେ। କୃଷି କ୍ଷେତ୍ରରୁ ଭଲ ଆୟ ହେବାର ସୂଚନା ମିଳୁଛି। ଯାନବାହନ ସୁଖ ପାଇବେ। ପ୍ରଦୂଷଣମୁକ୍ତ ଗୃହରେ ବାସ କରିବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଧିକାର କରିବେ।

ବିଛା: ନୂତନ ଦ୍ରବ୍ୟ କ୍ରୟ କରି ଆନନ୍ଦ ଅନୁଭବ କରିପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ବଳବାନ୍‌ ହେବେ।

ଧନୁ: ବାଞ୍ଛିତ ଘଟଣା ଘଟିପାରେ। କାର୍ଯ୍ୟର ସଫଳତା ଲାଭ କରିବେ। ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ। ପରୋପକାରୀ ହୋଇପାରନ୍ତି। ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିବାରେ ସିଦ୍ଧହସ୍ତ ହେବେ। ଦାୟିତ୍ବ ତୁଲାଇ ପାରନ୍ତି।

ମକର: ଅନ୍ୟଲୋକ ପାଇଁ ଜାମିନ୍‌ଦାର ହୋଇପାରନ୍ତି। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ହେବା ଆଶାକରାଯାଏ। ବଳିଷ୍ଠ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ନୂଆ ବନ୍ଧୁଙ୍କ ଦ୍ବାରା ବିଶେଷ ଉପକୃତ ହେବେ।

କୁମ୍ଭ: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡାଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ମିଠା କଥା କହି ଅଧସ୍ତନମାନଙ୍କର ମନକୁ ଆକୃଷ୍ଟ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଏକାନ୍ତପ୍ରିୟ ହେବେ।

ମୀନ: ଲୋଭଗ୍ରସ୍ତ ହୋଇପାରନ୍ତି। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୁଯୋଗ ଅଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନଯୁକ୍ତ ହେବେ। କୀର୍ତ୍ତିମାନ୍‌ ହେବେ। ଭୋଗୀ ଓ ଗୁଣବାନ୍‌ ହେବେ। ସୁଖୀ ହେବେ। ପ୍ରସନ୍ନତା ଲାଭ କରିପାରନ୍ତି।

Comments are closed.