ଯଶୋଦାକୁ ନେଇ ସୁନ୍ଦରୀ ଅନୁସନ୍ଧାନରେ ବନ ବିଭାଗ

0

ଅନୁଗୁଳ : ସୁନ୍ଦରୀକୁ ଖୋଜିବା ପାଇଁ ବନ ବିଭାଗ ଯଶୋଦା ନାମକ ହାତୀ ସାହାଯ୍ୟରେ ଜଙ୍ଗଲ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶରୁ ଆସିଥିବା ଏହି ବିଶେଷଜ୍ଞ ଦଳ ଯଶୋଦା ଉପରେ ବସି ଟ୍ରାଙ୍କୁଲାଇଜର ବନ୍ଧୁକ ସାହାଯ୍ୟରେ ସୁନ୍ଦରିକୁ ଖୋଜିବ। ସାତକୋଶିଆ ଅଞ୍ଚଳରେ ଥିବା ୧୦୬ଟି ଗ୍ରାମରେ ସୁନ୍ଦରୀର ଆତଙ୍କ ଦେଖାଦେଇଛି। ସ୍ଥାନୀୟ ଲୋକମାନେ ବାଘୁଣୀର ଆତଙ୍କକୁ ନେଇ ବନ ବିଭାଗ ଅଫିସ ଘେରାଉ କରିଥିଲେ। ଏହି ଘଟଣାରେ ୩୧ ଜଣ ଲୋକଙ୍କୁ ଗିରଫ କରାଯାଇଛି। ସେହିପରି ବିଜେପି ଉପାଧ୍ୟକ୍ଷ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଡିଜିପି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସାତକୋଶିଆରେ ପୁଲିସ ବିଜେପି କର୍ମୀ ମାନଙ୍କୁ ଗିରଫ କରିଥିବା ସେ କହିଛନ୍ତି। ସୁନ୍ଦରୀ ଭୟରେ ବହୁ ଗ୍ରାମବାସୀ ଗ୍ରାମ ଛାଡି ପଳାଇଯାଇଥିବା ଜଣାପଡିଛି।

Leave A Reply