ପୁଲିସର ଅତର୍କିତ ଚଢ଼ଉ ; ୨ମଦ ମାଫିଆ ଗିରଫ, ୧୨୫ଲିଟର ଚୋରା ବିଦେଶୀ ମଦ ଜବତ

0

ସୁନ୍ଦରଗଡ଼ : ସୁନ୍ଦରଗଡ ଜିଲା ପୁଲିସ ଟିମ ଅତର୍କିତ ଚଢ଼ଉ କରି ଶନିବାର ଦୁଇ ଚୋରା ମଦ ମାଫିଆଙ୍କ ଘର ଉପରେ ଚଢ଼ଉ କରି ପ୍ରାୟ ବିଭିନ୍ନ ନାମୀଦାମି ବ୍ରାଣ୍ଡର ୧୨୫ଲିଟର ଚୋରା ବିଦେଶୀ ମଦ ଜବତ କରିଥିବା ଜଣାପଡିଛି। ପୁଲିସ ସୂତ୍ରରୁ ପ୍ରକାଶ, ଡ଼ି.ଏସ.ପି ମିଶ୍ରଙ୍କ ନେତୃତ୍ୱରେ ଇନ୍ସିପେକ୍ଟର ଚିତ୍ତରଞ୍ଜନ ନାୟକ, ମହିଳା ସବିନ୍ସିପେକ୍ଟର ସୌଦାମିନୀ ନାଗ, ସବଇନ୍ସପେକ୍ଟର ୟୁ.ଏନ.ନାଏକ, କେ.ପି.ବିଶ୍ୱାଳ ପ୍ରମୁଖ ଲେଫ୍ରିପଡ଼ାର ମଦ ମାଫିଆ କୁହାଯାଉଥିବା ଅର୍ଜୁନ ସାହୁ(୬୫) ଘର ଉପରେ ଅତର୍କିତ ଚଢ଼ଉ କରି ୧୨ ଲିଟର ଚୋରା ବିଦେଶୀ ମଦ ଜବତ କରିବା ସହ ଏହି ଥାନା ଅଞ୍ଚଳର ବେହେରାମାଳ ଗ୍ରାମର ମାଫିଆ ବୁଦ୍ଧଦେବ ନାଏକ(୩୮)ଙ୍କୁ ଘର ଉପରେ ମଧ୍ୟ ଚଢ଼ଉ କରି ୧୧୩ଲିଟର ବିଭିନ୍ନ ବ୍ରାଣ୍ଡର ଚୋରା ବିଦେଶୀ ମଦ ଜବତ କରିଥିଲେ। ଉଭୟଙ୍କୁ ଥାନାରେ ଡ଼ାକି ପଚରାଉଚୁରା କରାଯିବା ପରେ ନୋଟିସ ପ୍ରଦାନ କରାଯାଇ ଛାଡ଼ି ଦିଆଯାଇଥିବାର ଜଣାପଡ଼ିଛି।

Leave A Reply