ରାଣାଙ୍କ ରଣ ନୀତି ବାର୍ତ୍ତା ଦେଲେ ନବୀନଙ୍କ ବିକଳ୍ପ ନାହିଁ

0

ସୁନ୍ଦରଗଡ଼ : ରାଜ୍ୟ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଓ ତାଙ୍କ ଟିମ ଆଜି ଦ୍ବିତୀୟ ଦିନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛାଇ ହୋଇ ରହିଥିଲେ । ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ପଛପଟ ପଡ଼ିଆରେ ଅନୁଷ୍ଠିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମାବେଶରେ ଯୋଗଦେଇ ରାଜ୍ୟରେ ନବୀନଙ୍କ ବିକଳ୍ପ ନାହିଁ ତେଣୁ ‘ପୁଣି ଥରେ ନବୀନ’ ଙ୍କ ବାର୍ତ୍ତା ଦେଇ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ସଠିକ ଉତ୍ତର ଦେଇଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତରିୟ, ନବୀନଙ୍କ ଫଟୋ ଓ ଟି-ସାର୍ଟ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏପରିକି ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ନବୀନ ସରକାର ନେଇଥିବା ଯୋଜନା ସଂପର୍କରେ ମଧ୍ୟ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ତାଙ୍କୁ ମଧ୍ୟ ପ୍ରଶ୍ନ ପଚାରିଥିଲେ । ଏହି କାର୍ୟ୍ୟକ୍ରମ ପଶ୍ଚିମାଞ୍ଚଳ ଜୋନ ସଭାପତି ବୈକୁଣ୍ଠ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା କୁସୁମ ଟେଟେ, ପୂର୍ବତନ ପୌରାଧ୍ୟକ୍ଷ ବେଣୁଧର ତାଣ୍ଡିଆ ସମେତ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସାଧାରଣ ସଂପାଦକ ସୁଭ୍ରାଂଶୁ ପାଢ଼ୀ, ଅଭିଲାସ ପଟେଲ, ସାଧାରଣ ସଂପାଦିକା ଅପୂର୍ବା ଅର୍ପର୍ଣ୍ଣା, ସଂପାଦକ ଶିବାଜୀ ନାଏକ, ରାଜ୍ୟ ସାଧାରଣ ସଂପାଦକ ପ୍ରମୋଦ ପାତ୍ର, ଜୋନ ଉପସଭାପତି ହେମନ୍ତ ପାଢ଼ୀ, ବିଷ୍ମୟ ପଟ୍ଟନାୟକ, କ୍ରାନ୍ତିଦେବ ମହାରଣା, ଲିଙ୍କନ ପୁରୋହିତ, ସୁବ୍ରତ ନାଏକ, ରୋଶନ ସାହୁ, ତାପସ ପଣ୍ଡା, ପ୍ରସଞ୍ଜିତ ସା, ଆଶିଷ ମିଶ୍ର, ସୁଭମ ସହାୟ, ମୁକେଶ ପୁରୋହିତ, ଆଶିଷ ତ୍ରିପାଠୀ, ଧିରଜ ପ୍ରସାଦ, କବିତା ସାହୁ, ପୁନମ ପଟେଲ, ଲିପ୍ତିମୟୀ ମହାଲିକ, ପ୍ରିୟଙ୍କା ଜେନା, ରାଖୀ ପରିଜା, ଦିବ୍ୟାନୀ ତନ୍ତୀ, ଇତିଶ୍ରୀ ଜେନା, ଅର୍ପର୍ଣ୍ଣା ପଟେଲ, ବିଶ୍ବ ପ୍ରକାଶ ବେହେରା, ଚିଣ୍ଟୁ ସାହୁ, ଏମଡ଼ି ଫୈଜଲ ପ୍ରମୁଖ ସାମିଲ ରହିଥିବା ବେଳେ ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ସେହିପରି ଡ଼ୁଡ଼ୁକା ମହାବିଦ୍ୟାଳୟ ସମ୍ମୁଖ ପଡ଼ିଆରେ ଅନୁରୂପ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଆଖପାଖର ୩/୪ଟି ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ବେଶ ଉତ୍ସାହର ସହ ଅଂଶ ଗ୍ରହଣ କରି ରାଜ୍ୟ ସଭାପତି ଶ୍ରୀ ପାତ୍ର ଓ ତାଙ୍କ ଟିମଙ୍କ ମନ୍ତ୍ର ଶୁଣିଥିଲେ । ଏଠାରେ ହେମଗିର ବ୍ଲକ ଅଧ୍ୟକ୍ଷା ସୁଧାରାଣୀ ରାଉଡ଼ିଆ, ହେମଗିର ବ୍ଲକ ବିଜେଡ଼ି ସଭାପତି ସୁକାନ୍ତ ପତି, ମୈଥିଲି ବେହେରା, କଳାକାହ୍ନୁ ମେହେର, ବାବଲୁ ଦେହୁରୀ, ଲୋହିତ କଉଡ଼ି, କିରନ ଚୌଧୁରୀ, ରାଜିବ ମାଝୀ, ରବି ଜୈସୱାଲ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply