ସନ୍ଦେହଜନକ ଅବସ୍ଥାରେ ୨ ମୃତଦେହ ଉଦ୍ଧାର

0

ସୁନ୍ଦରଗଡ: ହେମଗିର ଥାନା ଅନ୍ତର୍ଗତ ସିଆରମାଲ ଗ୍ରାମରେ ସନ୍ଦେହ ଜନକ ଭାବରେ ଦୁଇଟି ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ଦୁଇଟି ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଏକ ପରିତ୍ୟକ୍ତ ସ୍ଥାନରେ ପଡି ରହିଥିବା ଦେଖିବାକୁ ମିଳିଛି । ଉଭୟ ସମ୍ପର୍କରେ ବାପା  ଓ ପୁଅ  ବୋଲି ସନ୍ଦେହ କରାଯାଉଛି । ତେବେ ସେମାନଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ଦେଖିବାକୁ ମିଳି ନଥିବା ବେଳେ ନିକଟରେ ବ୍ୟାଗ ଓ ଚପଲ ପଡି ରହିଛି । ଘଟଣାସ୍ଥଳରେ ପୁଲିସର ତନାଘନା ଆରମ୍ଭ କରିଛି । ଏହି ଖବର ଲେଖା ହେବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ ।

Leave A Reply