ଆରମ୍ଭ ହେଲାଣି ପ୍ରଚଣ୍ଡ ଖରା ! ଜାଣନ୍ତୁ କିପରି ରଖିବେ ସତେଜ ତ୍ଵଚା

0

ଖରାଦିନରେ ସୂର୍ୟ୍ୟରଶ୍ମିର ପ୍ରଖରତା କାରଣରୁ ତ୍ବଚା ମଳିନ ପଡ଼ିଯାଏ। କେବଳ ଯେ ସନସ୍କ୍ରିନ୍ ଲଗାଇବା ଏଥିପାଇଁ ପ୍ରମୁଖ ଆବଶ୍ୟକତା, ତା’ ନୁହେଁ। ବରଂ ନିଜ ଖାଦ୍ୟପାନୀୟ ପ୍ରତି ସଚେତନ ହେବା ମଧ୍ୟ ଜରୁରୀ।

ସନ୍-ଟ୍ୟାନରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟହ ବେସନ ଓ ଲେମ୍ବୁରସ ପ୍ୟାକ୍ ଲଗାଇବା ଆବଶ୍ୟକ। ୨୦ ମିନିଟ୍ ପରେ ପାଣିରେ ଧୋଇନେବେ।

କାକୁଡ଼ି ରସକୁ କ୍ଲିନଜର ପରି ବ୍ୟବହାର କରିପାରିବେ। ଏହା ରଙ୍ଗ ସଫା କରିବା ସହ ତ୍ବଚାକୁ ଶୀତଳତା ପ୍ରଦାନ କରେ।

ସକାଳ ୮ ଟାରୁ ଦିନ ୨ଟା ମଧ୍ୟରେ ୨-୩ଥର ସନସ୍କ୍ରିନ୍ ଲଗାଇବା ଆବଶ୍ୟକ। ଘରେ ଥିବା ସମୟରେ ଏହି ନିୟମ ମାନିବା ତ୍ବଚା ପାଇଁ ଉପକାରୀ।

ଫ୍ରିଜରେ କଞ୍ଚା ଖିର ରଖି ତହିଁ ଆରଦିନ ସକାଳୁ ଏହାକୁ ତୁଳା ସାହାଯ୍ୟରେ ଲଗାନ୍ତୁ। ଏପରି କଲେ ତ୍ବଚାରୁ ଟ୍ୟାନ୍ ଦୂର ହୁଏ।

ଦିନକୁ ୩-୪ଥର ଲେମ୍ବୁ ପାଣି ପିଇଲେ ମଧ୍ୟ ତ୍ବଚା ସତେଜ ରହେ।

ଘି-କୁଆଁରୀ ରସକୁ ସନ୍ଧ୍ୟାବେଳେ ତ୍ବଚାରେ ଲଗାଇ ୩୦ମିନିଟ୍ ପରେ ତ୍ବଚା ଧୋଇବେ। ଏହା ମଧ୍ୟ ତ୍ବଚାରେ ଚମକ ଆଣେ। ଏହା ଖରାଦିନ ନିମନ୍ତେ ଉତ୍ତମ ପ୍ୟାକ୍।

Leave A Reply