ପୁଣି ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ

0

ବଲାଙ୍ଗୀର : ପୁଣି ରକ୍ତ ରଞ୍ଜିତ ହେଲା ବଲାଙ୍ଗୀରର ଶୁଳିଆ ପୀଠ। ପ୍ରଶାସନର କଟକଣା ସତ୍ତ୍ବେ ଶୁଳିଆ ପୀଠରେ ମଙ୍ଗଳବାର ଦିନ ଶହଶହ ପଶୁପକ୍ଷୀଙ୍କ ବଳି ଦିଆଯାଇଛି। ପୁଲିସ ଅଧିକାରୀଙ୍କର ଉପସ୍ଥିତିରେ ଏହି ବଳି କାର୍ଯ୍ୟ ଶେଷ ହୋଇଛି। ମାନସିକ କରିଥିବା ବ୍ୟକ୍ତିମାନେ ଶୁଳିଆ ପୀଠରେ ପଶୁବଳୀ ଦେଇ ପୂଜାର୍ଚ୍ଚନା କରିଥିଲେ। ପ୍ରତିବର୍ଷ ପୌଷ ମାସର ଦ୍ବିତୀୟ ମଙ୍ଗଳବାର ଦିନ ଶୁଳିଆ ପୀଠରେ ପଶୁପକ୍ଷୀଙ୍କ ବଳି ଦିଆଯାଇ ପୂଜାର୍ଚ୍ଚନା କରାଯାଏ। ବଳି ପ୍ରଥା ବନ୍ଦ କରିବା ପାଇଁ ପ୍ରଶାସନ ଅନେକ ଥର ଉଦ୍ୟମ କରିବା ସତ୍ତ୍ବେ ବିଫଳ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ଦୂରଦୂରାନ୍ତରୁ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଶୁଳିଆ ପୀଠକୁ ଆସିଥିଲେ।

Leave A Reply