ବିଜେପିରେ ମିଶିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

0

ନୀଳଗିରି: ନୀଳଗିରି ବିଧାୟକ ସୁକାନ୍ତ ନାୟକ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଚଳିତ ମାସ ୧୫ ତାରିଖରେ ସୁକାନ୍ତ ବିଜେଡି ଛାଡି ଥିଲେ। ବାଲେଶ୍ଵର ଜିଲ୍ଲା ବିଜେଡି ସଭାପତି ତଥା ସାଂସଦ ରବୀନ୍ଦ୍ର ଜେନାଙ୍କ ଦ୍ଵାରା ମାନସିକ ନିର୍ୟାତନା ପାଇ ସେ ବିଜେଡି ଛାଡ଼ିଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ଏହାର ୫ଦିନ ପରେ ଅର୍ଥାତ ଆଜି ସେ ବିଜେପି ରେ ଯୋଗଦାନ କରିବା ପାଇଁ କେତେକ ଲୋକ ପ୍ରତିନିଧି ଓ କର୍ମୀଙ୍କୁ ନେଇ ଭୁବନେଶ୍ୱର ଯାଇଛନ୍ତି। ବିଜେଡିରେ କେତେକ ଦଳୀୟ ନେତାଙ୍କ ମେରିରାୟ ନିତି ଆଗାମୀ ଦିନରେ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି। ନୀଳଗିରିର ପୂର୍ବତନ ବିଧାୟକ ତଥା ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରତାପ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ମିଶ୍ରଣ ପର୍ବ ହେଉଥିବା ସୂଚନା ମିଳିଛି। ସୁକାନ୍ତଙ୍କୁ ନୀଳଗିରି ଆସନ ଦିଆଯିବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇ ଯାଇଛି।

Leave A Reply