ଆସିଲା ସୁଜକି କ୍ରୁଜରର ନୂଆ ମଡେଲ

0

ନୂଆଦିଲ୍ଲୀ : ଭାରତର ଅଟୋମୋବାଇଲ କମ୍ପାନୀ ସୁଜକି ମୋଟରସାଇକେଲ ଇଣ୍ଡିଆ ନିଜର ଲୋକପ୍ରିୟ ବାକଇ ୧୫୫ସିସି କ୍ରୁଜରର ନୂଆ ମଡେଲ ବଜାର ପ୍ରବେଶ କରାଇଛି। ଏହି ବାଇକର ଦୁଇଟି ନୂଆ ମଡେଲର ବଜାର ପ୍ରବେଶ କରାଯାଇଛି। ଆଗକୁ ପାର୍ବଣ ଋତୁ ଥିବାରୁ କମ୍ପାନୀ ଏହାର ବଜାର ପ୍ରବେଶ କରାଇବା ପାଇଁ ଯୋଜନା ରଖିଥିଲା। ଏହି ବାଇକ୍‍ର ମୂଲ୍ୟ ୧ ଲକ୍ଷ ଟଙ୍କା ରହିଥିବାବେଳେ ଅନ୍ୟଟି ୧.୦୭ ଲକ୍ଷ ଟଙ୍କା ରହିଛି। କଳା ଏବଂ ଲାଲ ଦୁଇ ରଙ୍ଗରେ ଗ୍ରାହକ ଏହି ବାଇକକୁ ପାଇପାରିବେ। ଏହା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି କମ୍ପାନୀ ପରିଚାଳକ ଶତୋସୀ ଓଚିନ୍ଦା କହିଛନ୍ତି। ୧୫୫ ସିସି, ଏକକ ସିଲିଣ୍ଡର, ୪ଷ୍ଟ୍ରୋକ ଇଞ୍ଜିନ ରହିଛି। ଇଞ୍ଜିନରେ ୫ସ୍ପିଡ ଗିୟରବକ୍ସ ସହ ଏବିଏସ୍‍ ସୁବିଧା ମଧ୍ୟ ଦିଆଯାଇଛି।

Leave A Reply