ମାନସିକ ଚାପରୁ ଆତ୍ମହତ୍ୟା କରିଥିଲେ ଛାତ୍ରୀ; ସୁଇସାଇଟ୍ ନୋଟରୁ ସ୍ପଷ୍ଟ

0

ଖୋର୍ଦ୍ଧା: ଏକ ଘରୋଇ ହଷ୍ଟେଲରୁ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ ନେଇଛି । ମାନସିକ ଚାପରୁ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସୁଇସାଇଟ୍ ନୋଟରୁ ଜଣାପଡିଛି । ପୁଲିସ ସୁଇସାଇଡାଲ ନୋଟକୁ ଜବତ କରିଛି । ଛାତ୍ରୀ ଜଣଙ୍କ କଳା ପଢିବାକୁ ଚାହୁଁଥିବା ବେଳେ ପରିବାର ଲୋକ ତାଙ୍କୁ ବିଜ୍ଞାନ ପଢିବା ପାଇଁ ବାଧ୍ୟ କରିଥିଲେ । ସେ ବିଜ୍ଞାନ ବୁଝି ନପାରୁଥିବାରୁ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ଏକ ଘରୋଇ ହଷ୍ଟେଲରୁ ପ୍ରାଣନାଥ କଲେଜର ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀଙ୍କ ମୃତ ଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ମୃତକଙ୍କ ପରିବାର ପକ୍ଷରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଥିଲେ ।

Leave A Reply