ଋଣ ଚାପ ଓ ପାରିବାରିକ ବିବାଦ କାରଣରୁ ଆତ୍ମହତ୍ୟା ଅଭିଯୋଗ

ଯାଜପୁର : ଋଣ ଚାପ ଓ ପାରିବାରିକ ବିବାଦ କାରଣରୁ ଯାଜପୁର ସଦର ଥାନା ସାହାସପୁର ପଞ୍ଚାୟତ ଗୋବିନ୍ଦପୁର ଗ୍ରାମର ବିରସେନ ଓଝା ନାମକ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଜଣାପଡିଛି। ନିଜ ପତ୍ନୀଙ୍କ ଶାଢ଼ିରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ବିରସେନଙ୍କ ପତ୍ନୀ କିଛି ଦିନ ହେବ ଘର ଛାଡି ପେଂରାର ହୋଇଯାଇଛନ୍ତି ।
ବିରସେନଙ୍କର ଦୁଇଟି ପୁଅ ଥିବା ବେଳେ ପତ୍ନୀ କୁଆଡେ ଚାଲିଯାଇଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ସେ ଗତକାଲି ବିଳମ୍ବିତ ରାତ୍ରିରେ ଆତ୍ମହତ୍ୟା କରିଥିବା ବେଳେ ଆଜି ସକାଳେ ପରିବାର ଲୋକେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ଏ ନେଇ ପରିବାର ଲୋକେ ସ୍ଥାନୀୟ ପୁଲିସକୁ ଖବର ଦେବା ପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି । ଏ ନେଇ ସଦର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Comments are closed.