ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ

0

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଲାଦ୍ରୁମା ସୌରା ସାହିରେ ଜଣେ ବେକରେ ଗାମୁଛା ଲଗାଇ ଅତ୍ମହତ୍ୟା କରିଥିବା ଜଣାପଡିଛି। ଖବରଅନୁସାରେ ସତ୍ୟ ଶବର(୨୦) ଶନିବାର ଅପରାହ୍ନ ୪ଟା ସମୟରେ ନିଜ ବିଲରେ ରହିଥିବା କୁଅକୁ ଗାଧୋଇବା ପାଇଁ ଯାଇଥିଲେ। କିନ୍ତୁ ସେ ରାତ୍ର ପର୍ଯ୍ୟନ୍ତ ଘରକୁ ନ ଫେରିବାରୁ ଘର ଲୋକେ ଖୋଜା ଖୋଜି ଆରମ୍ଭ କରିଦେଇଥିଲେ। ମାତ୍ର ତାଙ୍କର କୌଣସି ସନ୍ଧାନ ପାଇନଥିଲେ। ରବିବାର ୧ଟା ସମୟରେ କୌଣସି ଲୋକ ମୃତକକୁ ଗ୍ରାମ ନିକଟରେ ଥିବା ଏକ ତେନ୍ତୁଳି ଗଛରେ ଝୁଲୁଥିବା ଦେଖିଥିଲେ। ଖବର ପାଇ ସତ୍ୟର ବାପା ବେନା ଶବର ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଚିହ୍ନଟ କରିବା ପରେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳକୁ ମୋହନା ଥାନା ଏସଆଇ ଆଲୋକ ରଞ୍ଜନ ଜଗଦଲ ଓ ଏଏସଆଇ ନିରଞ୍ଜନ ପାଣିଗ୍ରାହୀ ଓ କର୍ମଚାରୀ ଯାଇ ତେନ୍ତୁଳୀ ଗଛରେ ଝୁଲି ରହିଥିବା ମୃତ ସତ୍ୟର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ମେଡିକାଲ ପଠାଇଥିବା ଥାନା ସୁତ୍ରରୁ ଜଣାପଡିଛି। ମୃତ ସତ୍ୟ ଏକ ଗାମୁଛାରେ ଦଉଡି ଦେଇଥିବା ବେଳେ ତାହାର ବାମ ଓ ଡାହାଣ ଗୋଡରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଛି। ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

Leave A Reply