ହୋଟେଲରୁ ମିଳିଲା ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ

0

ଭୁବନେଶ୍ୱର: ହୋଟେଲରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା କରିଛନ୍ତି। ୨୨ ତାରିଖରୁ କ୍ୟାପିଟାଲ ଥାନା ଅଧୀନ ଅଶୋକନଗର ଅଞ୍ଚଳରେ ଥିବା ଏକ ହୋଟେଲରେ ସେମାନେ ରହୁଥିଲେ। ମୃତକମାନେ ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳର ଶୁଭଙ୍କର ମାଝୀ ଏବଂ ଟୁମ୍ପାରାଣୀ ପଖିରା ବୋଲି ଜଣାପଡ଼ିଛି। ମୃତ ଦୁଇଜଣଙ୍କ ନିକଟରେ ଟଙ୍କା ପଇସା ନଥିବା ଏବଂ ପରିବାରର ଲୋକଙ୍କ ସମର୍ଥନ ନମିଳିବା ଯୋଗୁଁ ସେମାନେ ଏହଭିଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଗୁରୁବାର ହୋଟେଲ ରୁମ୍‌ର ଏକ ଫ୍ୟାନ୍‌ରେ ଦୁଇଜଣ ଝୁଲିପଡ଼ିଥିଲେ। କ୍ୟାପିଟାଲ ଥାନା ପୁଲିସ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ମୃତକଙ୍କ ପରିବାର ସଦସ୍ୟକୁ ଖବର ଦିଆଯାଇଥିବା ଥାନା ଅଧିକାରୀ ମାନସ ଗଡ଼ନାୟକ କହିଛନ୍ତି।

Leave A Reply